30.1 C
Bhubaneswar
Wednesday, April 24, 2024
Homeଓଡିଶାଖୋର୍ଦ୍ଧା ସବ ଡିଭିଜନର ସମସ୍ତ ଶୈବପୀଠରେ ୧୪୪ ଧାରା

ଖୋର୍ଦ୍ଧା ସବ ଡିଭିଜନର ସମସ୍ତ ଶୈବପୀଠରେ ୧୪୪ ଧାରା

ଭୁବନେଶ୍ୱର: ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ଲାଗିଲା ୧୪୪ ଧାରା । ଜୁଲାଇ ୩୧ ତାରିଖ ଯାଏଁ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି । ଜଳାଶୟରୁ ପାଣଇ ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ମନା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ ଆଉ ୪୬୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବା ବେଳେ ୧୫୨ ଲୋକାଲ କଣ୍ଟାକ୍ଟ କେସ ବାହାରିଛନ୍ତି । ୪୬୯ ଜଣଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୯୪ ଓ ସୁନ୍ଦରଗଡରୁ ୬୬ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧରୁ ୨୭, ଯାଜପୁର ଓ କେନ୍ଦୁଝରରୁ ୨୫ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୨୪, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୩, ଗଜପତିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧, ବାଲେଶ୍ୱରର ୮, ମୟୁରଭଂଜରୁ ୬ ଜଣ ଓ କେନ୍ଦ୍ରାପଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ନବରଂଗପୁର ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅମ୍ପନ ଡ୍ୟୁଟି ସାରି ଫେରିଥିବା ୪ ଏନଡିଆରଏଫ ଯବାନ କରୋନାରେ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି ପାଇଛି ।
ସେହିଭଳି ଆଜି ପୁଣି ଆଉ ୨ ଜଣଙ୍କର ମୁଣ୍ଡ ନେଇଛି କରୋନା । ୨ ଜଣ ମୃତକ ଗଜପତି ଓ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking