19.1 C
Bhubaneswar
Sunday, December 29, 2024
Homeଖେଳଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ର ଯୋଜନା ନାହିଁ

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ର ଯୋଜନା ନାହିଁ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ କରାଯିବାର କୌଣସି ଯୋଜନା ନାହିଁ । ନ୍ୟୁଜ୍ ଏଜେନ୍ସିକୁ ବିସିସିଆଇର ଏକ ସୂତ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ଏହି ପ୍ରକାରର ସିରିଜ୍‌ର କୌଣସି ଯୋଜନା ହିଁ ନାହିଁ । ଆମେ ପାକିସ୍ତାନ ସହିତ କୌଣସି ପ୍ରକାର ଦ୍ୱିପାକ୍ଷିକ ସିରିଜ୍ ପାଇଁ ପ୍ରସ୍ତୁତ ନାହୁଁ । ଏହା ପୂର୍ବରୁ ପାକିସ୍ତାନୀ ମିଡିଆରେ ଆଜି ଖବର ପ୍ରକାଶିତ ହୋଇଥିଲା ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜମ ସେଠୀ ନ୍ୟୁଟ୍ରାଲ୍ ଭେନ୍ୟୁରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ୍ ସିରିଜ୍ କରାଇବାକୁ ଚାହୁଁଛନ୍ତି । ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡରେ ଏହି ସିରିଜ୍ କରାଇବାକୁ ନଜମ୍ ସେଠୀ କହିଥିଲେ । ସେଠୀଙ୍କ ଅନୁସାରେ ଯଦି ଅଷ୍ଟ୍ରେଲିଆରେ ଦୁଇ ଟିମ୍ ଖେଳନ୍ତି, ତେବେ ସେଠାକାର ଷ୍ଟାଡିୟମ୍ ଖଚାଖଚ୍ ଭରି ରହିବା ସମ୍ଭାବନା ଅଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଅନ୍ତିମ ଟେଷ୍ଟ୍ ସିରିଜ୍ ୨୦୦୭ରେ ଖେଳାଯାଇଥିଲା । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଭାରତ ୧-୦ରେ ଜିତିଥିଲା । ଦୁଇ ଟିମ୍ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ଟେଷ୍ଟ୍ ସିରିଜ୍ ଖେଳାଯାଇଛି । ଏହା ମଧ୍ୟରୁ ଉଭୟ ଟିମ୍ ୪ଟି ଲେଖାଏଁ ସିରିଜ୍ ଜିତିଥିବା ବେଳେ ୭ଟି ସିରିଜ୍ ଡ୍ର’ ରହିଛି । ସେହିପରି ଦୁଇଟି ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ୨୦୧୩ରେ ଭାରତରେ ହୋଇଥିଲା । ଏହି ଗସ୍ତରେ ପାକିସ୍ତାନ ତିନି ଦିନିକିଆ ଓ ଦୁଇ ଟି-୨୦ ମ୍ୟାଚ୍ ଖେଳିଥିଲା । ଏହାପରେ ଦୁଇଦେଶ ମଲ୍‌ଟିନାସ୍‌ନାଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ମୁହାଁମୁହିଁ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରେ ସମସ୍ତ ଫର୍ମାଟ୍‌ରେ ମୋଟ ୧୫ ମ୍ୟାଚ୍ ହୋଇଥିବା ବେଳେ ଏହା ମଧ୍ୟରେ ୮ ଦିନିକିଆ ଓ ୭ ଟି-୨୦ ମ୍ୟାଚ୍ ସାମିଲ । ଭାରତ ୧୧ଟି ଜିତିଥିବା ବେଳେ ପାକିସ୍ତାନ ମାତ୍ର ୪ଟିରେ ବିଜୟୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking