34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ସହଯୋଗର ହାତ ବଢାଇଲା ଭାରତ

ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ସହଯୋଗର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୦୨୪-୨୫ ବର୍ଷ ପାଇଁ ପ୍ରଥମ କିସ୍ତି ଜାରି କରିଛନ୍ତି । ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ) କୁ ସରକାର ୨.୫ମିଲିୟନ ଆମେରିକୀୟ ଡଲାରର ପ୍ରଥମ କିସ୍ତି ଟ୍ରାନ୍ସଫର କରିଛନ୍ତି । ଗାଜାରେ ଚାଲିଥିବା ବିରୋଧ ମଧ୍ୟରେ ଭାରତ ଚଳିତ ବର୍ଷ ପାଲେଷ୍ଟାଇନକୁ ୫ମିଲିୟନ ଆମେରିକୀୟ ଡଲାର ଯୋଗାଇବ । ରାମଲ୍ଲାହରେ ଭାରତର ପ୍ରତିନିଧୀ କାର୍ଯ୍ୟାଳୟ ଏକ୍ସରେ କହିଛି, ଭାରତ ସରକାର ୨୦୨୪-୨୫ ବର୍ଷ ପାଇଁ ୫ ମିଲିୟନ ଆମରିକୀୟ ଡଲାରକୁ ନିଜର ବାର୍ଷିକ ଯୋଗଦାନ ଭାବେ ନିକଟରେ ପାଲ୍ଟାଇନ ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)କୁ ୨.୫ ନିୟୁତ ଆମେରିକୀୟ ଡଲାରର ପ୍ରଥମ କିସ୍ତି ଟ୍ରାନ୍ସଫର କରିଛି ।

ଗତ କିଛି ବର୍ଷରେ, ପାଲେଷ୍ଟାଇନ ଶରଣାର୍ଥୀ ତଥା ସେମାନଙ୍କ କଲ୍ୟାଣ ପାଇଁ ଭାରତ ପ୍ରୟାସରେ ୨୦୨୩-୨୪ ସୁଦ୍ଧା ଜାତିସଂଘ ଏଜେନ୍ସିର ମୂଳ କାର୍ଯ୍ୟକ୍ରମ ତଥା ସେବା ପାଇଁ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ରିଲିଫ ଏବଂ ସାମାଜିକ ସେବା ପାଇଁ ପ୍ରତିଶୃତି ଦେଇ ଭାରତ ୩୫ ମିଲିୟନ ଆମେରିକୀୟ ଡଲାରର ଆର୍ôଥକ ସହାୟତା ଦେଇଛି । ନିକଟରେ ନ୍ୟୁୟର୍କରେ ଅନୁଷ୍ଠିତ ୟୁଏନଆରଡବ୍ଲୁଏ ପ୍ରତିଶ୍ରୁତି ସମ୍ମିଳନୀରେ ଭାରତ ଘୋଷଣା କରିଛି ଯେ ଆର୍ôଥକ ସହାୟତା ବ୍ୟତୀତ ଏହା ଏକ ନିର୍ଦ୍ଦିଷ୍ଟ ଅନୁରୋଧ ଅନୁଯାୟୀ ୟୁଏନଆରଡବ୍ଲୁଏକୁ ଔଷଧ ଯୋଗାଇବ, ଏହା ବ୍ୟତୀତ ପାଲେଷ୍ଟାଇନବାସୀଙ୍କୁ ଏକ ନିରାପଦ, ଠିକ ସମୟରେ ମାନବିକ ସହାୟତା ପ୍ରତିଶ୍ରୁତି ଦେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking