28.1 C
Bhubaneswar
Thursday, February 5, 2026
Homeଓଡିଶା୨୧ ତାରିଖରେ ଭାରତ ବନ୍ଦ ଡାକରା

୨୧ ତାରିଖରେ ଭାରତ ବନ୍ଦ ଡାକରା

ବଲାଙ୍ଗୀର : ୨୧ ତାରିଖରେ ଭାରତ ବନ୍ଦ ଡାକରା । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଆହ୍ବାନ କରାଯାଇଛି। ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁସୂଚିତ ଜାତି ଏବଂ ଜନଜାତି ସମାଜର ବରିଷ୍ଠ ନାଗରିକ, ଖପ୍ରାଖୋଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜର କର୍ମକର୍ତ୍ତା ଏବଂ ଏଲଡିଏ କର୍ମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଅଖ ଚକ ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଦୋକାନ ବଜ଼ାର ବନ୍ଦ କରି ଶାନ୍ତି ଶୃଙ୍ଖଳା ସହ ଏହାକୁ କିପରି ସଫଳ କରାଯିବ ସେ​ ନେଇ ବୈଠକରେ ଆଲୋଚନା ହୋଇଛି। ବୈଠକରେ କୁହାଯାଇଥିଲା ଯେ, ବାବାସାହେବ ଡ. ଭୀମରାଓ ଆମ୍ବେଦକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ଯେଉଁ ଅଧିକାର ଦେଇଛନ୍ତି, ସେଥିରେ କଟାଛଟା କରାଯିବା ଅନୁଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking