24.1 C
Bhubaneswar
Monday, December 23, 2024
Homeଓଡିଶାଭଦ୍ରକରେ ଭୁଶୁଡ଼ିଲା ବିଜେଡି ଗଡ଼: ସସ୍ମିତାଙ୍କୁ ୩୧୧୯ ଭୋଟ୍‌ରେ ହରାଇଲେ ସ୍ୱାଧୀନ ପ୍ରାର୍ଥୀ ଗୁଲାମ୍‌କୀ

ଭଦ୍ରକରେ ଭୁଶୁଡ଼ିଲା ବିଜେଡି ଗଡ଼: ସସ୍ମିତାଙ୍କୁ ୩୧୧୯ ଭୋଟ୍‌ରେ ହରାଇଲେ ସ୍ୱାଧୀନ ପ୍ରାର୍ଥୀ ଗୁଲାମ୍‌କୀ

ଭଦ୍ରକ: ରାଜ୍ୟର ୧୦୮ ପୌରାଧ୍ୟକ୍ଷ ଆସନରୁ ବିଜେଡି ପ୍ରମୁଖ ଭାବେ ୭୬ ଆସନରେ ବିଜୟୀ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବିଜେଡି ଗଡ଼କୁ ଭୁଶୁଡ଼ାଇ ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଯେମିତିକି ଭଦ୍ରକ ବିଜେଡି ଗଡ଼ ଥିବା ବେଳେ ଏଠାରେ ଅତି ସହଜରେ ବିଜେଡିର ଗଡ଼କୁ ଭୁଶୁଡ଼ାଇ ଦେଇଛନ୍ତି ସ୍ୱାଧୀନପ୍ରାର୍ଥୀ । ଭଦ୍ରକ ପୌରାଞ୍ଚଳର ମୋଟ୍ ୩୦ ୱାର୍ଡରୁ ବିଜେଡି ପ୍ରାର୍ଥୀ ସସ୍ମିତା ମିଶ୍ରଙ୍କୁ ୨୪ ହଜାର ୨୪ ଭୋଟ୍ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୁଲାମ୍‌କୀ ଦଲୱାଜୀଙ୍କୁ ମିଳିଛି ୨୭ ହଜାର ୧୪୩ ଭୋଟ୍ । ଗୁଲାମ୍‌କୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସସ୍ମିତାଙ୍କ ୩୧୧୯ ଭୋଟ୍ ବ୍ୟବଧାନରେ ହରାଇ ଭଦ୍ରକ ଗଡ଼କୁ ନିଜ କବ୍‌ଜାକୁ ନେଇଛନ୍ତି । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅମିତବାଲା ଆଚାର‌୍ୟ୍ୟଙ୍କୁ ୧୮୩୬ ଭୋଟ୍‌, ବିଜେପିରୁ ପ୍ରାର୍ଥୀ ହୋଇଥିବା ଗୀତାଞ୍ଜଳୀ ପଢ଼ିଆରୀଙ୍କୁ ୬୬୩୩ ଭୋଟ୍ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ଏତେ ଭୋଟ୍ ବ୍ୟବଧାନରେ; ପୁଣି ବିଜେଡିକୁ ହରାଇ ଥିବାରୁ ବିଜେଡି ପ୍ରାର୍ଥୀ ତଥା ଦଳୀୟ କର୍ମୀମାନେ ଏହା ହୃଦ୍‌ବୋଧ କରିପାରୁନାହାନ୍ତି । ଅପରପକ୍ଷେ ୱାର୍ଡ ୱାରୀ ଦେଖିବାକୁ ଗଲେ ବିଜେଡି ୧୮ ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୦ଟିରେ, ବିଜେପି ଗୋଟିଏରେ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏରେ ବିଜୟୀ ହୋଇଛନ୍ତି ।
ତେବେ ସେ ଯାହା ହେଉନା କାହିଁକି ଭଦ୍ରକରେ ଚଳିତ ଥର ୧୫ତମ ପୌର ଭୋଟ୍ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡି ହାତରୁ ଗଡ଼ ଛଡ଼ାଇ ନେଇଥିବା ସ୍ୱାଧୀନ ପ୍ରାର୍ଥୀ ଆଗକୁ ଶାସନ ଭାର ସମ୍ଭାଳିବା ସ୍ପଷ୍ଟ ହୋଇଛି । କହି ରଖୁଛୁ ଯେ, ୨୦୧୩ ସେପ୍ଟେମ୍ବର ୩୦ରେ ଏଠାରେ ବିଜେଡିରୁ ମାନସ କୁମାର ମହାନ୍ତି ପୌରାଧ୍ୟକ୍ଷ ପଦ ହାତେଇଥିବା ବେଳେ ତାଙ୍କ କାର‌୍ୟ୍ୟକାଳ ୨୦୧୮ ସେପ୍ଟେମ୍ବରରେ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking