30.1 C
Bhubaneswar
Monday, May 20, 2024
Homeଓଡିଶାଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକର୍ପଣ କରାଯାଉଛି: ନରସିଂହ

ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକର୍ପଣ କରାଯାଉଛି: ନରସିଂହ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଂଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।  ସେ କହିଛନ୍ତି, ଅସମ୍ପୂର୍ଣ୍ଣ ଅପ୍ରକଳ୍ପକୁ ଲୋକର୍ପଣ କରାଯାଉଛି । ୨୦୦୧ରେ ମୁଖ୍ୟମନ୍ତ୍ରୀ ଶୁଭ ଦେବାକୁ ଆସିଥିଲେ, ଦୂରରୁ ନଡିଆ ପିଟିଲେ । ଲୋକଙ୍କ ବିରୋଧ ଯୋଗୁଁ ଏଠାକୁ ନଆସି ଦୂରରୁ ନଡିଆ ପିଟିଥିଲେ । ୨୩ ବର୍ଷ ହୋଇଗଲାଣି, କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିଲାନି । ଆଜି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଛି । ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଉଦଘାଟନ କରିଥିଲେ ଭଲ ହୋଇଥାନ୍ତା । ଉଦ୍ଘାଟନ ମାନେ ସୁଇଚ୍ ଟିପିଲେ ଖଳ ଖଳ ପାଣି ବାହାରିବା କଥା । ଆଜି ସୁଇଚ୍ ଟିପିଲେ ଯଦି ପାଣି ନବାହାରେ ଲୋକେ କଳା ବୋଳିବେ ।  ୨୦୦୬ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସବୁ ବ୍ଲକରେ ୩୫% ଜଳସେଚନ, ୨୦୧୧ ସୁଦ୍ଧା ସବୁ ବ୍ଲକକୁ ଜଳସେଚନ କଥା କହିଥିଲେ, ତାହା ଆଜିଯାଏଁ ହୋଇପାରିନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking