15.1 C
Bhubaneswar
Monday, January 6, 2025
Homeଦେଶ ବିଦେଶୟୁପିରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌

ୟୁପିରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌

ଲକ୍ଷ୍ନୌ :ଆଜି ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ସାତଟି ପର୍ଯ୍ୟାୟରେ ୟୁପିରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ପୂର୍ବରୁ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି । ଏଥିପାଇଁ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ବନ୍ଦ ହୋଇଛି । ବିଧାନସଭାର ମୋଟ ୪୦୩ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ଟି ଆସନ ପାଇଁ ଭୋଟଗ୍ରହଣ କରାଯିବ ।

ଏହି ଜିଲ୍ଲାଗୁଡିକ ହେଲା ସାମ୍‌ଲି, ହାପୁର, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ୍‌, ବାଗ୍‌ପତ୍‌, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ, ମଥୁରା ଓ ଆଗ୍ରା । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ । ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ ୬୨୩ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ର ୯ ମନ୍ତ୍ରୀ ଯଥା ସୁରେଶ ରାଣା, ଅତୁଲ ଗର୍ଗ, ଶ୍ରୀକାନ୍ତ ଶର୍ମା, ସନ୍ଦୀପ ସିଂହ, ଅନୀଲ ଶର୍ମା, କପିଳଦେବ ଅଗ୍ରୱାଲ, ଦିନେଶ ଖାତିକ୍‌, ଜି.ଏସ.ଧର୍ମେଶ ଓ ଚୌଧୁରୀ ଲକ୍ଷ୍ମୀନାରାୟଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । ଜାଟ୍ ସଂପ୍ରଦାୟଙ୍କ ପ୍ରଭାବ ରହିଥିବା ପଶ୍ଚିମ ଉତ୍ତର ପ୍ରଦେଶର ଏହି ଜିଲ୍ଲାଗୁଡିକରେ  ୨.୨୭ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଆଇନଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking