14.1 C
Bhubaneswar
Saturday, January 11, 2025
Homeଓଡିଶାରାଜଧାନୀରେ ମୃଦ୍ୟୁପାନୀୟ, ଘିଅ ପରେ ଏବେ ରଙ୍ଗ ନକଲି

ରାଜଧାନୀରେ ମୃଦ୍ୟୁପାନୀୟ, ଘିଅ ପରେ ଏବେ ରଙ୍ଗ ନକଲି

ଭୁବନେଶ୍ୱର: ପ୍ରଥମେ ମୃଦ୍ୟୁପାନୀୟ, ପରେ ଘିଅ ଏବେ ନକଲି ରଙ୍ଗ ବିକ୍ରି ହେଉଛି । ଏଭଳି ଅଭିଯୋଗ ହେବାରୁ ରାଜଧାନୀର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ରଙ୍ଗଦୋକାନରେ କମିଶନରେଟ୍ ପୁଲିସ ଚଢ଼ାଉ କରି ଛାନଭିନ୍ କରିଛି । ସେଠାରୁ କିଛି ନକଲି ରଙ୍ଗ ଡବା ଆଣି ପରୀକ୍ଷା ପାଇଁ ଲ୍ୟାବ ପଠାଇ ଦିଆଯାଇଛି । ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । ପରୀକ୍ଷା ରିପୋର୍ଟ ଆସିବା ପରେ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଥାନାଧିକାରିଣୀ ସମିତା ମିଶ୍ର କହିଛନ୍ତି ।

ସୂଚନା ଅନୁଯାୟୀ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ, କିଟ୍ ଛକରେ ବେହେରା ହାର୍ଡଓୟାର ଆଣ୍ଡ୍ ସାନିଟାରି ନାମକ ଏକ ରଙ୍ଗଦୋକାନ ରହିଛି । ଏଠାରେ ବିଭିନ୍ନ ବ୍ରାଣ୍ଡର ରଙ୍ଗ ବିକ୍ରି ହୋଇଥାଏ । ହେଲେ ଏହି ଦୋକାନରେ ଏସିଆନ୍ ପେଣ୍ଟ୍‌ସ ବ୍ରାଣ୍ଡ୍ ବ୍ୟବହାର କରାଯାଇ ନକଲି ରଙ୍ଗ ବିକ୍ରି କରାଯାଉଥିବାର ସୁରାକ ମିଳିଥିଲା । ଏନେଇ ଏସିଆନ୍ ପେଣ୍ଟ୍‌ସ ଦିଲ୍ଲୀ କମ୍ପାନୀରୁ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ବୁଧବାର ସନ୍ଧ୍ୟାରେ ଅଚାନକ ଉକ୍ତ ରଙ୍ଗଦୋକାନରେ ଚଢ଼ାଉ କରିଥିଲେ ।

ପୁଲିସକୁ ଦେଖି ଦୋକାନୀ ଥରହର ହୋଇଯାଇଥିଲେ । ଏହାପରେ ପୁଲିସ ସେଠାରୁ କିଛି ରଙ୍ଗ ଡବା ଜବତ କରିଆଣିଥିଲା । ପରେ ସେହି ରଙ୍ଗଡବା ଓ ଏସିଆନ୍ ପେଣ୍ଟ୍‌ସ କମ୍ପାନୀ ପକ୍ଷରୁ ଦିଆଯାଇଥିବା ରଙ୍ଗକୁ ପରୀକ୍ଷା ପାଇଁ ଲ୍ୟାବ ପଠାଯାଇଛି । ଉଭୟ ରଙ୍ଗକୁ ପରୀକ୍ଷା କରାଯିବ । ଯଦି ସେଥିରେ କିଛି ତଫାତ୍ ଦେଖାଗଲା, ତା’ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରିଣୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking