30.1 C
Bhubaneswar
Monday, May 20, 2024
Homeଅପରାଧଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ୬୧ ହଜାରରୁ ଅଧିକ ଟଙ୍କା

ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ୬୧ ହଜାରରୁ ଅଧିକ ଟଙ୍କା

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ-ଭୀମଦା ରାସ୍ତା ଉପରେ ଫାଇନାନ୍ସ କର୍ମଚାରୀମାନଙ୍କ ଠାରୁ ଦୁର୍ବୁତ୍ତମାନେ ସୋମବାର ଦିନ ଦ୍ୱିପ୍ରହରରେ ମାଡ଼ ମାରି ଲୁଟି ନେଇଛନ୍ତି ୬୧ହଜାରରୁ ଅଧିକ ଟଙ୍କା । ଘଟଣାରୁ ପ୍ରକାଶ ଯେ,  ମାଣତ୍ରୀ ସ୍ଥିତ ବନ୍ଧନ ଫାଇନାନ୍ସ ଶାଖା କାର୍ଯ୍ୟାଳୟ ର କର୍ମଚାରୀ ମନୀନ୍ଦ୍ର ଶୋ ୭ଟି ଗ୍ରୁପରୁ ସଂଗୃହୀତ ରାଶି ୯୨ହଜାର ୩୯୦ ଟଙ୍କା ଧରି ଭୀମଦା ପଟରୁ  (ଓଡି-୦୧-ୟ-୦୫୩୨)ନଂ ବିଶିଷ୍ଟ ବାଇକ ଯୋଗେ ମାଣତ୍ରୀ ଶାଖାକୁ ଆସୁଥିଲେ ।

ଏକ ବାଇକ ଯୋଗେ ତିନିଜଣ ମୁଖା ଧାରୀ ଯୁବକ ତାଙ୍କୁ ପିଛା କରି ଉକ୍ତ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଫାଇନାନ୍ସ କର୍ମଚାରୀମାନଙ୍କୁ ଅଟକାଇବା ସହ ତାଙ୍କୁ ଧକ୍କା ମାରି ଗାଡ଼ିରୁ ତଳକୁ ଖସାଇ ଦେଇଥିଲେ ଓ ଟଙ୍କା ବ୍ୟାଗ ଧରି ବାଇକ ଯୋଗେ ଉକ୍ତ ତିନିଜଣ ଦୁର୍ବୃତ୍ତ ବୈଶିଙ୍ଗା ରାସ୍ତା ପଟେ ଫେରାର ହୋଇଯାଇଥିଲେ ।

ଉକ୍ତ ବ୍ୟାଗରେ ଥିବା ୬୧,୩୧୦ଟଙ୍କାକୁ ଦୁର୍ବୁତ୍ତ ଲୁଟି ନେଇଥିବାବେଳେ ମନୀନ୍ଦ୍ର କୌଶଳକ୍ରମେ ୩୧,୦୮୦ ଟଙ୍କା ଦୁର୍ବୁତ୍ତଙ୍କ କବଳରୁ ବଞ୍ଚାଇ ନେଇପାରିଥିଲେ । ଏ ଘଟଣାକୁ ନେଇ ମନୀନ୍ଦ୍ର ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ନିଜେ ଘଟଣାର ତଦନ୍ତ ଜାରି ଆରମ୍ଭ କରିଛି । ତେବେ ଅଳ୍ପ ଦିନ ବ୍ୟବଧାନରେ ଏମିତି ବାରମ୍ୱାର ଫାଇନାନ୍ସ କର୍ମଚାରୀମାନଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଲୁଟ କରିବାକୁ ସଫଳ ହେଉଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking