26.1 C
Bhubaneswar
Thursday, April 16, 2026
Homeଓଡିଶାଦଶ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ କଟାଯାଇଛି ୧୮,୯୭୯ ହେକ୍ଟର ଜଙ୍ଗଲ

ଦଶ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ କଟାଯାଇଛି ୧୮,୯୭୯ ହେକ୍ଟର ଜଙ୍ଗଲ

ଭୁବନେଶ୍ୱର: ଜଙ୍ଗଲ ଜମିରେ ଶିଳ୍ପ, ଖଣି ଓ ସଡକ, ରେଳପଥ ପ୍ରକଳ୍ପ ନିମନ୍ତେ ରାଜ୍ୟରେ ଗତ ୧୦ବର୍ଷରେ ଅର୍ଥାତ୍‍ ୨୦୧୪ ରୁ ୨୦୨୩ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ମୋଟ୍‍ ୧୮,୯୭୯. ୫୨୬ ହେକ୍ଟର ରକ୍ଷିତ ଜଙ୍ଗଲ ଜମି, ପ୍ରସ୍ତାବିତ ରକ୍ଷିତ ଜଙ୍ଗଲ ଜମି,ଗ୍ରାମ୍ୟ ଜଙ୍ଗଲ ଜମି, ଡିଏଲ୍‍ସି ଜମି ଓ ଅନ୍ୟାନ୍ୟ କିସମର ଜଙ୍ଗଲ ଜମିକୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଚୂଡାନ୍ତ ଅନୁମୋଦନ ଅନୁମୋଦନ ପ୍ରଦାନ କରିଛନ୍ତି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତିଯେ ଉପରୋକ୍ତ ଜଙ୍ଗଲ ଜମି ପ୍ରତି ବଦଳରେ ବିଭିନ୍ନ ଜିଲ୍ଲାରେ ୧୨,୬୨୫ ହେକ୍ଟର ଜଙ୍ଗଲ ଜମିରେ ଏବଂ ୬୧୦୧ ହେକ୍ଟର ଅଣଜଙ୍ଗଲ ଜମିରେ କ୍ଷତିପୂରକ ବନୀକରଣ କରାଯାଇ ୫୪କୋଟି ୭୩ଲକ୍ଷ ୬୧ହଜାର ୩୮୩ ଟଙ୍କା ବ୍ୟୟରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking