28.1 C
Bhubaneswar
Sunday, September 8, 2024
Homeଓଡିଶାରାୟଗଡାରେ ବଢୁଛି ଦାଦନ ସଂଖ୍ୟା

ରାୟଗଡାରେ ବଢୁଛି ଦାଦନ ସଂଖ୍ୟା

ରାୟଗଡା : ରାୟଗଡା ଜିଲ୍ଲାରେ ବଢୁଛି ଦାଦନଙ୍କ ସଂଖ୍ୟା । ଶ୍ରମିକ ପଞ୍ଜିକରଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଆସୁଛି । ତାପରେ ମଧ୍ୟ ଶ୍ରମିକ ପଞ୍ଜିକରଣ କରାଯାଉନାହିଁ । ସରକାରୀ ଅନୁଦାନକୁ ପଞ୍ଚାୟତ ସ୍ତରରେ ଅଧିକାରୀ ମାନେ ଶ୍ରମିକ ପଞ୍ଜିକରଣ ନକରି ଟଙ୍କା ପାଉଥିବା ବେଳେ ବ୍ଳକସ୍ତରରେ ମଧ୍ୟ ସମାନ ଅବସ୍ଥା । ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବାକୁ ସମସ୍ତ ପ୍ରୟାସକୁ ନେଇ ଉଠିଛି ପ୍ରଶ୍ନ । ମହାମାରୀ କରୋନା ସମୟରେ ପ୍ରାୟ ୧୨ ହଜାରରୁ ଅଧିକ ଦାଦନ ଶ୍ରମିକ ବାହାରୁ ଫେରିଥିିଲେ । ସେହି ସମୟରେ ଯୁଦ୍ଧ କାଳୀନ ଭିତ୍ତିରେ କାମ ଦିଆଯାଇଥିଲା ।

ହେଲେ ପରବର୍ତ୍ତୀ ସମୟରେ ଆଉ କାମ ଧନ୍ଦା ନମିଳିବାରୁ ଶ୍ରମିକ ପୁଣିଥରେ ଦାଦନ ମୁହାଁ ହୋଇଗଲେ । ଜିଲ୍ଲାରୁ କେତେ ଶ୍ରମିକ ଦାଦନ ଖଟିବାକୁ ଯାଇଛନ୍ତି ଆଉ ସେମାନେ ଏବେ କେଉଁ ରାଜ୍ୟରେ ଶ୍ରମ କାର୍ଯ୍ୟ କରୁଛନ୍ତି ତାର ହିସାବ କିନ୍ତୁ କେଉଁଠି ନାହିଁ । ରାୟଗଡା ଜିଲ୍ଲାରେ ୪ଟି ବଡ ବଡ କମ୍ପାନୀ ରହିଛି । ଜେକେ ପେପର ମିଲରୁ ନେଇ ବେଦାନ୍ତ ଭଳି କମ୍ପାନି ରହିଛି । ହେଲେ ସେହି ଅଞ୍ଚଳରେ ସ୍ଥାନୀୟ ଲୋକେ କାମଧନ୍ଦା ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । କେବଳ ସେତିକି ନୁହେଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚଳିତ ବର୍ଷ ୧୨ ଜଣ ଦାଦନଙ୍କ ମୃତ୍ୟୁ ହୋଇଯାଇଥିବା ରେକର୍ଡ କହୁଛି ପାରିୁନି । ସେପଟେ ଶ୍ରମିକ ପଞ୍ଜିକରଣ ନହବା କାରଣରୁ ଶ୍ରମିକ ମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking