31.1 C
Bhubaneswar
Friday, February 13, 2026
Homeଓଡିଶାଗଞ୍ଜାମରେ ଝାଡାବାନ୍ତି ; ୨୫ ଆକ୍ରାନ୍ତ

ଗଞ୍ଜାମରେ ଝାଡାବାନ୍ତି ; ୨୫ ଆକ୍ରାନ୍ତ

ଭଞ୍ଜନଗର : କାୟା ବିସ୍ତାର କଲାଣି ଝାଡାବାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏପରି କି ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ, ଗତ ଗୋଟେ ସପ୍ତାହ ଭିତରେ ଟିକରପଡ଼ା ଗାଁରେ କାୟା ବିସ୍ତାର କରିଛି ଝାଡାବାନ୍ତି। ବର୍ତ୍ତମାନ ସୁଦ୍ଧା ୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନର ନିଘା ନାହିଁ। ନାଁ ଗାଁ କୂଅ ପୋଖରୀ ସଫା ହେଉଛି ନାଁ ପିଇବାକୁ ଭଲ ପାଣି ମିଳୁଛି। ଫଳରେ ଏପରି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking