14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶ୨୦୦୯ରେ ସ୍ଥିତି ସମ୍ଭଳିଥିଲା ଭାରତ

୨୦୦୯ରେ ସ୍ଥିତି ସମ୍ଭଳିଥିଲା ଭାରତ

ଢାକା : ୨୦୦୯ ଫେବ୍ରୁଆରୀରେ ବାଂଲାଦେଶ ରାଇଫଲ୍ସ (ବିଡିଆର) ବିଦ୍ରୋହ କରିଥିଲା। ଏହି ସମୟରେ ସେମାନେ ଅନେକ ସେନା ଅଧିକାରୀଙ୍କୁ ହତ୍ୟା କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ବନ୍ଧକ ବନାଇଥିଲେ। ଏହା ବାଂଲାଦେଶର ଇତିହାସରେ ସେନା ଅଧିକାରୀଙ୍କର ସବୁଠୁ ଜଘନ୍ୟ ନରସଂହାର ମଧ୍ଯରୁ ଅନ୍ୟତମ ଥିଲା। ହସିନା ସେତେବେଳେ ଦୁଇମାସ ହେଲା ଦେଶର ପ୍ରଧାନମନ୍ତ୍ରୀ ବନିଥିଲେ । ତାଙ୍କ ହାତରେ ପ୍ରତିରକ୍ଷା ବିଭାଗ ବି ରହିଥିଲା। ତାଙ୍କ ଉପରେ ଯେବେ ସଙ୍କଟ ଉପୁଜିଲା, ସେ ଭାରତର ସହାୟତା ଲୋଡ଼ିଥିଲେ। ଭାରତର ହସ୍ତକ୍ଷେପ ପରେ ତାଙ୍କ ଆସନ ସୁରକ୍ଷିତ ରହିଥିଲା ଏବଂ ସେ ୨୦୦୯ରୁ ହିଁ ୧୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଥିଲେ। ହସିନା ସେତେବେଳେ ଭାରତର ତତ୍‌କାଳୀନ ବିଦେଶ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ କ‌ଥା ହୋଇ ସହାୟତା ଲୋଡ଼ିଥିଲେ। ପ୍ରଣବ ମୁଖାର୍ଜୀ ବି ତାଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ପାଇଁ ବିମାନ ବି ପ୍ରସ୍ତୁତ ରଖିଥିଲେ। ଭାରତର ତତ୍‌କାଳୀନ ବିଦେଶ ସଚିବ ଶିବଶଙ୍କର ମେନନ୍ ଆମେରିକା, ବ୍ରିଟେନ୍ ଓ ଚୀନ୍ ସହ ଯୋଗାଯୋଗ କରି ହସିନାଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ଭାରତ ପାରାସୁଟ୍ ରେଜିମେଣ୍ଟର ଷଷ୍ଠ ବାଟାଲିୟନର ପାରାଗ୍ରୁପର୍ସଙ୍କ ସମେତ ସୈନ୍ୟ ବ୍ୟବସ୍ଥା ପ୍ରସ୍ତୁତ କରିଥିଲା । ଢାକା ବିମାନବନ୍ଦର ଏବଂ ପ୍ରଧାନମନ୍ତ୍ରୀ ହସିନାଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ଭାରତୀୟ ଯବାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହାବ୍ୟତୀତ ଭାରତ ବାଂଲାଦେଶୀ ସେନାଧିକାରୀଙ୍କୁ କଡ଼ା ବାର୍ଭା ପଠାଇଥିଲା। ହସିନାଙ୍କ ବିରୋଧରେ କୌଣସି ପ୍ରକାର ସେନା ବଳ ବ୍ୟବହାର କଲେ ଭାରତ ତତ୍କାଳ ହସ୍ତକ୍ଷେପ କରିବ ବୋଲି ସେତେବେଳର ବାଂଲା ସେନା ପ୍ରମୁଖ ଜେନେରାଲ ମୋଇନ ଉଦ୍ଦିନ ଅହମ୍ମଦଙ୍କୁ ଚେତାବନୀ ଦିଆଯାଇଥିଲା। ଏହି କଡ଼ା ଚେତାବନୀ ପରେ ବାଂଲାଦେଶରେ ବିଦ୍ରୋହ ଥମିଥିଲା ଏବଂ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହସିନା ପୁଣି ଗାଦିରେ ବସି ସରକାର ଚଳାଇଥିଲେ। ଏଥିପାଇଁ ଭାରତକୁ ସେ କୃତଜ୍ଞତା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking