20.1 C
Bhubaneswar
Monday, November 18, 2024
Homeକରୋନା୧୦ ରାଜ୍ୟରେ ୬୫ ଓମିକ୍ରନ୍ ସଂକ୍ରମିତ

୧୦ ରାଜ୍ୟରେ ୬୫ ଓମିକ୍ରନ୍ ସଂକ୍ରମିତ

କୋଲକାତା: ବୁଧବାର ଦେଶରେ ଆଉ ୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ୧୦ଟି ରାଜ୍ୟକୁ ଓମିକ୍ରନ୍ ବ୍ୟାପିଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି । ବୁଧବାର ମହାରାଷ୍ଟରେ ୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉସ୍‌ମାନାବାଦରେ ୨, ମୁମ୍ବାଇ ଓ ବୁଲଧାନାରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅପରପକ୍ଷରେ ପଶ୍ଚିମବଙ୍ଗରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ମୁର୍ଶିଦାବାଦ ଜିଲ୍ଲାର ଜଣେ ୭ ବର୍ଷର ବାଳକ ଓମିକ୍ରନ୍ ଭାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପିତାମାତାଙ୍କ ସହ ଏହି ବାଳକ କିଛିଦିନ ପୂର୍ବେ ବିଦେଶରୁ ଫେରିଥିଲା ।

ତେବେ ବାଳକର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଡିସେମ୍ବର ୧୦ରେ ଏହି ପରିବାର ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦରେ ଅବତରଣ କରିଥିଲେ । ୧୧ରେ ସେମାନେ ଅନ୍ୟ ଏକ ବିମାନରେ ଆସି କୋଲକାତାରେ ପହଞ୍ଚିବାପରେ କାର୍ ଯୋଗେ ଫରକ୍କା ବ୍ୟାରେଜ୍ ଅଞ୍ଚକୁ ଯାଇଥିଲେ । କୋଲକାତା ବିମାନବନ୍ଦରରେ ସେମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଜେନମ ସିକ୍ୱେନ୍ସିଂ ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା ।

ପିତାମାତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ସଂକ୍ରମିତ ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୧୭, ଦିଲ୍ଲୀରେ ୬, ଗୁଜରାଟରେ ୪, କର୍ଣ୍ଣାଟକରେ ୩, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଚଣ୍ଡିଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ତେଲେଙ୍ଗାନାରେ ଜଣେ ୨୩ ବର୍ଷୀୟ ବିଦେଶୀ ଯୁବକ ଓମିକ୍ରନ୍ ଚିହ୍ନଟ ହୋଇଥିଲେ ସୁଦ୍ଧା ସେ ଚମ୍ପଟ ମାରିଛନ୍ତି । ତାଙ୍କୁ ଧରିବାକୁ ତେଲେଙ୍ଗାନା ପୁଲିସ ତନାଘନା ଆରମ୍ଭ କରିଛି । ଉକ୍ତ ଯୁବକ ହାଇଦ୍ରାବାଦର ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking