34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କବାଦୀ!

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କବାଦୀ!

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଏବେ ଇମ୍ରାନଙ୍କ ଘରକୁ ପୋଲିସ ଟିମ୍ ଘେରି ନେଇଛି । ପାକିସ୍ତାନର ପଞ୍ଜାବ ସରକାରଙ୍କ କହିବା ହେଲା, ଇମ୍ରାନଙ୍କ ଜମାନ୍ ପାର୍କସ୍ଥିତ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ଏ ନେଇ ଇନ୍‌ପୁଟ ମିଳିବା ପରେ ମିଲିଟାରୀ ଅପରେସନ ଆରମ୍ଭ କରି ଦିଆଯାଇଛି । ପଞ୍ଜାବ ସରକାର ଇମ୍ରାନଙ୍କ ଘରେ ଶରଣ ନେଇଥିବା ଆତଙ୍କବାଦୀମାନଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ପିଟିଆଇକୁ ୨୪ ଘଣ୍ଟା ସମୟ ଦେଇଛନ୍ତି । ପଞ୍ଜାବ ସରକାରଙ୍କ କାର୍ଯ୍ୟବାହକ ସୂଚନା ମନ୍ତ୍ରୀ ଆମିର ମୀର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ମୀର କହିଛନ୍ତି ଯେ ପିଟିଆଇ ଯଦି ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବ ନାହିଁ, ତେବେ ପୋଲିସ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମିଡିଆ ରିପୋର୍ଟ ମୁତାବକ, ପେଶାୱର କପ୍ସ କମାଣ୍ଡରଙ୍କ ଘରେ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ଇମ୍ରାନଙ୍କ ଘରେ ଲୁଚିଥିବା ନେଇ ବୁଧବାର ଦ୍ୱିପ୍ରହରରେ ପାକିସ୍ତାନୀ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିକୁ ଇନ୍‌ପୁଟ ମିଳିଥିଲା, ଯାହାପରେ ଇମ୍ରାନଙ୍କ ଘରକୁ ଚାରିପଟୁ ଘେରାଉ କରାଯାଇଛି । ପୋଲିସ ଆତଙ୍କବାଦୀମାନଙ୍କୁ ଘରୁ ବାହାରିବାକୁ ଅଲ୍ଟିମେଟମ୍ ଦେଇଛି । କୁହାଯାଉଛି ଯେ ଏମିତି ନ ହେଲେ ପୋଲିସ ଫୋର୍ସ ଇମ୍ରାନଙ୍କ ଘରେ ପଶି ଆତଙ୍କବାଦୀମାନଙ୍କୁ ନିପାତ କରିବ । ଏଥିରେ ଇମ୍ରାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking