ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ଙ୍କୁ ସୁପ୍ରିମକୋର୍ଟରେ ନିରାଶ ହେବାକୁ ପଡିଛି । ତୋଷଖାନା ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଇମ୍ରାନ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀଭାବେ ବିଦେଶ ଗସ୍ତ ସମୟରେ ଇମ୍ରାନଙ୍କୁ ଯେଉଁ ସବୁ ମୂଲ୍ୟବାନ ଉପହାର ମିଳିଥିଲା, ତାହାକୁ ସେ ତୋଷଖାନାରେ ଜମା ନକରି କେତେକ ଉପହାରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ସେ ୧୪୦ ନିୟୁତ ଡଲାର ହେରଫେର କରିଥିବା ଜଣାପଡିଛି । ଇସଲାମାବାଦ ହାଇକୋର୍ଟରେ ନିରାଶ ହେବାପରେ ଇମ୍ରାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।