30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ

ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ । ସରକାର ଏଭଳି ନିଷ୍ପତ୍ତି ଦେଶରେ ସୁନାର ଚାହିଦାକୁ କମାଇବା ପାଇଁ କରିଛନ୍ତି । ଭାରତ ବିଶ୍ୱରେ ସୁନାର ଦ୍ୱିତୀୟ ବଡ଼ ଉପଭୋକ୍ତା ଏବଂ ଭାରତରେ ସୁନାର ଚାହିଦା ସୁନା ଆମଦାନୀ ଦ୍ୱାରା ହିଁ ପୂରଣ ହୋଇଥାଏ ।

ଗତ ବର୍ଷ ସରକାର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ । ଏହା ପୂର୍ବରୁ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଥିଲା ଯାହା ୨୦୨୧ ବଜେଟରେ ୭.୫ ପ୍ରତିଶତକୁ ହ୍ରାସ ପାଇଥିଲା। ଏବେ ପୁଣି ଥରେ ଏହାକୁ ୧୨.୫ ପ୍ରତିଶତକୁ ହ୍ରାସ କରାଯାଇଛି । ତେବେ ଅନୁମାନ କରାଯାଉଛି ସୁନା ଉପରେ ଆମଦାନୀ ଶୁଳ୍କରେ ପାଞ୍ଚ ପ୍ରତିଶତ ବୃଦ୍ଧି ଯୋଗୁଁ ସୁନା ଦର ୧୦ ଗ୍ରାମ ପ୍ରତି ୧୦୦୦ ଟଙ୍କା ବଢ଼ିପାରେ । ଅବଶ୍ୟ ବର୍ତ୍ତମାନ ଘରୋଇ ବଜାରରେ ସୁନାର ଚାହିଦା କମ୍ ରହିଛି ।

ୱାର୍ଲ୍ଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତର ମୋଟ ସୁନା ଆମଦାନୀ ୧,୦୫୦ ଟନ୍ ଥିଲା । ଏହା ଉପରେ ଭାରତ ୫୫.୭ ବିଲିୟନ ଡ଼ଲାର ଅର୍ଥାତ୍ ୪,୧୪୧.୩୬ ବିଲିୟନ ଟଙ୍କା ଖର୍ଚ୍ଚ କରିଛି । ୨୦୨୦ ରେ, କେବଳ ୨୩ ବିଲିୟନ ଡ଼ଲାର୍ ଅର୍ଥାତ୍ ୧,୭୧୦ ବିଲିୟନ ଟଙ୍କା ବିନିଯୋଗ କରି ୪୩୦ ଟନ୍ ସୁନା ଆମଦାନୀ ହୋଇଥିଲା  ।

ସୁନା ଆମଦାନୀ ବୃଦ୍ଧି ହେତୁ ଡାଲର ତୁଳନାରେ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଉଛି। ଚଳିତ ସପ୍ତାହ ଆରମ୍ଭରୁ ଡଲାର ତୁଳନାରେ ଟଙ୍କାରେ ରେକର୍ଡ ହ୍ରାସ ହୋଇଛି । ଆମଦାନୀ ବିଲ୍ ବୃଦ୍ଧି କରିବାର ପ୍ରଭାବ ମଧ୍ୟ ଫରେକ୍ସ ରିଜର୍ଭ ଉପରେ ପଡିଛି ଏବଂ ଏହା କିଛି ମାତ୍ରାରେ ହ୍ରାସ ପାଇଛି । ବର୍ତ୍ତମାନ ସରକାର କେବଳ ସୁନା ଚାହିଦା ହ୍ରାସ କରିବା ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି, ଯାହାଦ୍ୱାରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାକୁ ବନ୍ଦ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking