32.1 C
Bhubaneswar
Wednesday, September 18, 2024
Homeଓଡିଶାଜମି ବିକ୍ରି ବେଆଇନ କାରବାର : ୨ ସବରେଜିଷ୍ଟ୍ରାର ନିଲମ୍ବିତ

ଜମି ବିକ୍ରି ବେଆଇନ କାରବାର : ୨ ସବରେଜିଷ୍ଟ୍ରାର ନିଲମ୍ବିତ

ଭୁବନେଶ୍ୱର :  ଜମି ବିକ୍ରିରେ ବେଆଇନ କାରବାର କରିବା ଅଭିଯୋଗରେ ରାଜ୍ୟ ସରକାର ଆଜି ଜଗତପୁର ଓ ପିପିଲି ସବରେଜିଷ୍ଟ୍ରାରଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର ପାଶ୍ୱର୍ରେ ଥିବା ଏହି ଦୁଇ ତହସିଲ ଅଂଚଳରେ ଜମି କିଣାବିକା ବ୍ୟାପକ ଭାବେ ବଢ଼ିଥିବାବେଳେ ସବରେଜିଷ୍ଟ୍ରାରଙ୍କୁ ଧରି ଜମି ମାଫିଆମାନେ ବେଆଇନ କାର୍ୟ୍ୟ କରୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜମି ବିକ୍ରିରେ ବେଆଇନ କାରବାର ପାଇଁ ଜଗତପୁର ସବରେଜିଷ୍ଟ୍ରାର ଆର୍ୟ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଓ ପିପିଲି ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟ୍ରାର ନବକିଶୋର ପାତ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି । ଏହି ଦୁଇ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିଲମ୍ବନ ନିର୍ଦ୍ଦେଶ ନହଟିବା ପର୍ୟ୍ୟନ୍ତ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାର୍ୟ୍ୟ କରିବେ । ସେହିପରି ଶ୍ରୀ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାର୍ୟ୍ୟ କରିବେ । ବିନା ଅନୁମତିରେ ଉଭୟ ଅଫିସର କୌଣସି ପ୍ରକାରର ଛୁଟି ନେଇପାରିବେ ନାହିଁ ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking