30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଲେ ଆଇଆଇଟି ଛାତ୍ର

ପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଲେ ଆଇଆଇଟି ଛାତ୍ର

କାନପୁର : ବୁଧବାର ରାତିରେ ପଙ୍ଖାରେ ଫାଶୀ ଲଗାଇ ଝୁଲି ପଡିଲେ ଆଇଆଇଟି କାନପୁରର ଏମଟେକ୍ ଛାତ୍ର। ଛାତ୍ର ଜଣକ ଜୀବନ ହାରିବା ପରେ ଅନ୍ୟ ଛାତ୍ରମାନେ ତାଙ୍କୁ ତୁରନ୍ତ ହସପିଟାଲରେ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକ ଛାତ୍ର ଜଣକ କିଛିଦିନରୁ ଚିନ୍ତାରେ ରହୁଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଖବର ମୁତାବକ, କଲ୍ୟାଣପୁର ଥାନା ସ୍ଥିତ ଆଇଆଇଟି କାନପୁରରେ ଏମଟେକ କରୁଥିବା ମେରଟ ନିବାସୀ ବିକାଶ କୁମାର ମୀନା ବୁଧବାର ରାତିରେ ନିଜ ରୁମରେ ଫ୍ୟାନ୍‌ରେ ଝୁଲିପଡିଛି । ବିକାଶଙ୍କ ବୟସ ୩୧ ବର୍ଷ । ସେ ଏମଟେକ ଦ୍ବିତୀୟ ବର୍ଷର ଛାତ୍ର । ତେବେ ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଛି କି, ପରୀକ୍ଷାରେ ଖରାପ ହେବାରୁ କିଛିଦିନ ହେଲାଣି ଚିନ୍ତାରେ ବିକାଶ ରହିଥିଲେ ବୋଲି ସାଙ୍ଗମାନେ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking