23.1 C
Bhubaneswar
Friday, May 1, 2026
Homeଦେଶ ବିଦେଶହୃଦଘାତରେ ଆଇଆଇଟି ବିଏଚୟୁ ଛାତ୍ରଙ୍କ ମୃତ୍ୟୁ

ହୃଦଘାତରେ ଆଇଆଇଟି ବିଏଚୟୁ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜିକାଲି ଯୁବକ ହୁଅନ୍ତୁ କିମ୍ବା ଛାତ୍ର ହୃଦଘାତରେ ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏଭଳି ଏକ ଘଟଣା ଆଇଆଇଟି ବିଏଚୟୁରେ ଘଟିଛି ।ସୂଚନା ଅନୁଯାୟୀ, ଆଜମଗଡ଼ର ମେହନାଜନଗରର ବାସିନ୍ଦା ଅନୁପ ଚୌହାନ ଆଇଆଇଟି – ବିଏଚୟୁରେ ମେକାନିକାଲ୍ ଇଞ୍ଜିନିୟରିଂର ଛାତ୍ର ଥିଲେ। ବୁଧବାର ସକାଳେ ସେ ତାଙ୍କ ହଷ୍ଟେଲ୍ ରୁମରେ ଅଚେତ ଅବସ୍ଥାରେ ପାଇଥିଲେ। ଏହା ଜାଣିବା ମାତ୍ରେ ତାଙ୍କ ବନ୍ଧୁମାନେ ଅନୁପଙ୍କୁ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ବର୍ତ୍ତମାନ ଅନୁପଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଅନୁପଙ୍କ ପରିବାର ଲୋକଙ୍କୁ ସୂଚନା ମିଳିବା ମାତ୍ରେ ସେମାନେ ମଧ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିବା ପାଇଁ ବାହାରି ପଡ଼ିଲେ। ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଅନୁପଙ୍କ ବନ୍ଧୁମାନେ ମଧ୍ୟ ଶୋକରେ ଥିଲେ ।  ବର୍ତ୍ତମାନ ଦେଶର ବିଭିନ୍ନ ସହରରୁ ଏପରି ଚିତ୍ର ପ୍ରାୟତଃ ଦେଖିବାକୁ ମିଳୁଛି ଯେଉଁଥିରେ ଯୁବପିଢ଼ି ମଧ୍ୟ ହୃଦଘାତର ଶିକାର ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking