ଛତିଶଗଡ: ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ବାସାଗୁଡା ଥାନା ପୁତକେଲ ଗାଁ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏରିଆ ଡମିନେଶରେ ବାହାରିଥିଲେ ଯବାନ । ଦୁଇ ଯବାନ ୨୨୯ ବାଟାଲିୟନର ଅଟନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ଜାରି କରାଯାଇଛି ।