31.1 C
Bhubaneswar
Saturday, September 14, 2024
Homeଖେଳଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍ : ବୋଲିଂରେ ୯ମକୁ ଉଠିଲେ ବୁମ୍‌ରା

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍ : ବୋଲିଂରେ ୯ମକୁ ଉଠିଲେ ବୁମ୍‌ରା

ଦୁବାଇ: ଓଭାଲ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ ମ୍ୟାଚ୍‌ରେ ଆକର୍ଷଣୀୟ ବୋଲିଂ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିବା ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନର ଉନ୍ନତି ସହ ବୋଲିଂ ତାଲିକାର ୯ମ ସ୍ଥାନକୁ ଉଠିଛନ୍ତି । ସେହିପରି ମ୍ୟାଚ୍ ବିଜୟରେ ଉଭୟ ବ୍ୟାଟ୍ ଓ ବଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଅଲ୍‌ରାଉଣ୍ଡର୍ ଶାର୍ଦ୍ଦୁଲ ଠାକୁର ବଡ଼ ଲମ୍ଫ ପ୍ରଦାନ କରିଛନ୍ତି । ବ୍ୟାଟିଂରେ ସେ ୫୯ ସ୍ଥାନ ଉପରକୁ ଉଠି ୭୯ ନଂ.ରେ ଏବଂ ବୋଲିରେ ୭ଟି ସ୍ଥାନର ଉନ୍ନତି ସହ ୪୯ତମ ସଂ.ରେ ପହଞ୍ଚିଛନ୍ତି । ତେବେ ୧୨୭ ରନ୍‌ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଇନିଂସ୍ ସତ୍ତ୍ୱେ ଓପ୍ନର୍ ରୋହିତ ଶର୍ମା ୫ମ ସ୍ଥାନ ସ୍ଥିର ରହିଛନ୍ତି ।

ଅନ୍ୟପକ୍ଷରେ ଚଳିତ ସିରିଜ୍‌ରେ ବର୍ତ୍ତମାନ ସୁଦ୍ଧା ସ୍ଥାନ ପାଇନଥିବା ଆର୍ ଅଶ୍ୱିନ ବୋଲିଂ ର‌୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ସ୍ଥିର ରହିଥିବା ବେଳେ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ହରାଇ ୫ମ ନମ୍ବରକୁ ଖସିଆସିଛନ୍ତି । ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲୀୟ ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ କ୍ୟାପ୍‌ଟେନ୍ ଜୋ ରୁଟ୍ ଶୀର୍ଷରେ ଥିବା ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲି ୬ଷ୍ଠରେ ସ୍ଥିର ରହିଥିବା ବେଳେ ଓଭାଲ୍ ଟେଷ୍ଟରେ ୮୨ ରନ୍ ସ୍କୋର୍ କରିଥିବା ଓଲି ପୋପ୍ ୯ଟି ସ୍ଥାନର ଉନ୍ନତି ସହ ୪୯ତମ ସ୍ଥାନକୁ ଉଠିଛନ୍ତି । ତାଙ୍କ ଟିମ୍‌ର କ୍ରିସ୍ ୱକ୍ସ ମଧ୍ୟ ୭ଟି ସ୍ଥାନ ଉପରକୁ ଉଠି ବୋଲିଂ ର‌୍ୟାଙ୍କିଙ୍ଗ୍‌ର ୨୩ ନମ୍ବରରେ ପହଞ୍ଚିଛନ୍ତି । ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍ଡର ଶୀର୍ଷରେ ଏବଂ ଭାରତର ରବୀନ୍ଦ୍ର ଜାଡେଜା ୩ୟ ସ୍ଥାନରେ ସ୍ଥିର ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking