16.1 C
Bhubaneswar
Tuesday, November 26, 2024
Homeଖେଳଆଇସିସି ବୋର୍ଡ ବୈଠକ: ଶ୍ରୀଲଙ୍କା କ୍ରିକେଟ୍ ନିଲମ୍ବନ କାଏମ୍‌; ସାଉଥ୍ ଆଫ୍ରିକା ଗଲା ଅଣ୍ଡର-୧୯ ବିଶ୍ୱକପ୍‌

ଆଇସିସି ବୋର୍ଡ ବୈଠକ: ଶ୍ରୀଲଙ୍କା କ୍ରିକେଟ୍ ନିଲମ୍ବନ କାଏମ୍‌; ସାଉଥ୍ ଆଫ୍ରିକା ଗଲା ଅଣ୍ଡର-୧୯ ବିଶ୍ୱକପ୍‌

ଅହମ୍ମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍ ବିଶ୍ୱକପକୁ ଶ୍ରୀଲଙ୍କାରୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରିଛି । ଶ୍ରୀଲଙ୍କା କ୍ରିକେଟରେ ପ୍ରଶାସନିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଛି । ଆଇସିସିର ବୋର୍ଡ ବୈଠକ ମଙ୍ଗଳବାର ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବୋର୍ଡ ନଭେମ୍ବର ୧୦ ତାରିଖରେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି) ନିଲମ୍ବନ ନିଷ୍ପତ୍ତିକୁ କାଏମ ରଖିଛି ।

ବୋର୍ଡ କହିଛି ଯେ ଶ୍ରୀଲଙ୍କା ଦଳ ସମସ୍ତ ପ୍ରକାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବ କିନ୍ତୁ ନିଲମ୍ବନକୁ ହଟାଇ ଦିଆଯିବ ନାହିଁ ।  ଅହମ୍ମଦାବାଦର ଆଇଟିସି ନର୍ମଦାଠାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଆଇସିସିରୁ ବହିଷ୍କୃତ ସଭାପତି ସମ୍ମି ସିଲ୍‌ଭା ଶ୍ରୀଲଙ୍କା ପକ୍ଷରୁ ଯୋଗ ଦେଇଥିଲେ ।
ଶ୍ରୀଲଙ୍କାରେ ଜାନୁଆରି ୧୪ରୁ ଫେବ୍ରୁଆରି ୧୫ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳାଯିବାର ଥିଲା । କିନ୍ତୂୁ ଏହାକୁ ସାଉଥ୍ ଆଫ୍ରିକାକୁ ସ୍ଥାନାନ୍ତରିତ କରିବାରୁ ଜାନୁଆରି ୧୦ରୁ ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ଏହି ବିଶ୍ୱକପ୍ ଖେଳାଯିବ । ଓମାନ ଓ ୟୁଏଇରେ ଏହି ବିଶ୍ୱକପ୍ ଆୟୋଜନର ବିକଳ୍ପ ଉପରେ ବିଚାର କରାଯାଇଥିଲା । କିନ୍ତୁ ଉନ୍ନତ ଭିତ୍ତିଭୂମି ଯୋଗୁଁ ଶେଷରେ ଦକ୍ଷିଣ ଆଫ୍ରିକାକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ଏଥିସହ ବୋର୍ଡ ନିଷ୍ପତ୍ତି ନେଇଛି ଯେ ଶ୍ରୀଲଙ୍କା ଦଳ ଏସଏଲସିର ନିଲମ୍ବନ ସତ୍ତ୍ୱେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବ । ଏହି ଖେଳକୁ ନିଲମ୍ବିତ ଏସଏଲସି ମାଧ୍ୟମରେ ପରିଚାଳିତ କରାଯିବ, ଯାହାକୁ ନିୟନ୍ତ୍ରିତ ପାଣ୍ଠି ମିଳିବ । ଏଥିସହିତ ଶ୍ରୀଲଙ୍କା ଦଳ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାଗ ନେବ ବୋଲି ଏସ୍‌ଏଲ୍‌ସି ସଭାପତି ସିଲଭା ନିଶ୍ଚିତ କରିଛନ୍ତି । ସରକାରୀ ହସ୍ତକ୍ଷେପ ଅଭିଯୋଗରେ ଏସଏଲସିକୁ ନିଲମ୍ବନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking