ଭୁବନେଶ୍ୱର : ଛଅ ମାସ ଛୁଟିରେ ଗଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ବିଜୁ ଜନତା ଦଳର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ୬ ମାସ ପାଇଁ କାର୍ଯ୍ୟକ୍ଷେତ୍ରରୁ ଛୁଟି ନେଇଛନ୍ତି । ନଭେମ୍ବର ୨୬ ଯାଏଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ୬ ମାସ ଚାଇଲ୍ଡ କେୟାର ଲିଭରେ ରହିଲେ ସୁଜାତା । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ମିଶନ ଶକ୍ତିରୁ ଅପସାରଣ ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା । ବିଜେପିର ଅଭିଯୋଗ ପରେ ମିଶନ ଶକ୍ତିରୁ ସୁଜାତାଙ୍କୁ ହଟାଯାଇଥିଲା । ନିର୍ବାଚନ ବେଳେ ବିଜେଡିର ଏଜେଣ୍ଟ ଭଳି ସୁଜାତା କାମ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ବି ସେ ବିଜେଡି ପାଇଁ କାମ କରୁଥିଲେ । ଏହି ଅଭିଯୋଗ ଆଣି ବିଜେପି ତାଙ୍କୁ ସସପେଣ୍ଡ କରାଯାଉ ବୋଲି ଦାବି କରିଥିଲା । ରାଜ୍ୟ ବାହାରକୁ ବି ବଦଳି କରିବାକୁ ଦାବି କରିଥିଲା ବିଜେପି ।