ଭୁବନେଶ୍ୱର : ୧୮ତାରିଖରେ ଓଡିଶା ଆସିବି କହିଛନ୍ତି ଭକ୍ତ ଦାସ । ତିନିଦିନିଆ ପଦଯାତ୍ରା ଆରମ୍ଭ ହେବ । ଏହି ପଦଯାତ୍ରାରେ ହଜାର ହଜାର ଛାତ୍ର ଓ ଯୁବକ ସାମିଲ ହେବେ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଯିବି । ଶେଷ ହୋଇଛି ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ।