28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୋ ମନରେ କାହାରି ପ୍ରତି କିଛି ବି ଖରାପ ଭାବନା ନାହିଁ: ଇମ୍ରାନ୍‌ ହାସ୍‌ମୀ

ମୋ ମନରେ କାହାରି ପ୍ରତି କିଛି ବି ଖରାପ ଭାବନା ନାହିଁ: ଇମ୍ରାନ୍‌ ହାସ୍‌ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଇମ୍ରାନ୍‌ ଖଳନାୟକ ଭାବେ ଦେଖାଯାଇଛନ୍ତି। ଦର୍ଶକେ ଏଥି ଇମ୍ରାନ୍‌ଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରୁଛନ୍ତି। ଦଶବର୍ଷ ପରେ ଇମ୍ରାନ୍‌ ଐଶ୍‌ଙ୍କ ଉପରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି। ଏକଦା ଇମ୍ରାନ୍‌ ଐଶ୍‌ଙ୍କୁ ‘ପ୍ଲାଷ୍ଟିକ୍‌’ କହି ଦେଇଥିଲେ। ଇମ୍ରାନ୍‌ଙ୍କ ଏଭଳି ବୟାନ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା।

ନିକଟରେ ଏକ ସାକ୍ଷାତକାରରେ ଐଶ୍‌ଙ୍କ ସହ ତାଙ୍କ ଶତ୍ରୁତାକୁ ନେଇ ଇମ୍ରାନ୍‌ ସଫେଇ ଦେଇଛନ୍ତି। ବିବାଦରୁ ଦୂରେଇ ରହିବା ପାଇଁ ଇମ୍ରାନ୍‌ ଶୋ’ଗୁଡ଼ିକୁ ଯାଉନାହାନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଇମ୍ରାନ୍‌ କହିଥିଲେ ଯେ, ଯଦି ପୁଣି ଥରେ ‘କଫି ୱଥ୍‌ କରନ୍‌ ଶୋ’କୁ ଯିବି, ତେବେ ବହୁତ କିଛି ଗଡ଼ବଡ଼ କରି ଦେଇପାରେ। ମୋ ମନରେ କାହାରି ପ୍ରତି କିଛି ବି ଖରାପ ଭାବନା ନାହିଁ।

ଏକଦା ‘ କଫି ୱଥ୍ କରନ୍ ଶୋ’ରେ ଯେତେବେଳେ ଇମ୍ରାନ୍‌ଙ୍କୁ ପଚାରା ଯାଇଥିଲା, ପ୍ଲାଷ୍ଟିକ୍‌ ଶୁଣି ଆପଣଙ୍କ ମନକୁ କାହା ନାଁ ଆସେ। ଏହାପରେ ଇମ୍ରାନ୍‌ ଐଶ୍ବର୍ଯ୍ୟାଙ୍କ ନାମ ନେଇଥିଲେ। ଏହାପରେ ଇମ୍ରାନ୍‌ ସର୍ବସାଧାରଣରେ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ସେତେବେଳେ ସେ କେବଳ ଗେମ୍‌ ଜିତିବା ପାଇଁ ଏପରି କହିଥିବା ସଫେଇ ଦେଇଥିଲେ ସୁଦ୍ଧା ଇଣ୍ଡଷ୍ଟ୍ରୀରେ ଅନେକ ତାଙ୍କର ଶତ୍ରୁ ପାଲଟି ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking