ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ପରିବର୍ତ୍ତନ । ଆଇକାର୍ଡରେ ପିଲାଙ୍କ ନାମ, ଶ୍ରେଣୀ , ଜନ୍ମ ତାରିଖ, ରୋଲ ନମ୍ବର ଓ ଫୋନ ନମ୍ବର ରହିବ । ପ୍ରଧାନ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ । ବିଭିନ୍ନ ସମୟରେ ବାହାର କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡ ବାଧ୍ୟତାମୂଳକ । କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ ମଧ୍ୟ ବଦଳାଇ ଦିଆଯାଇଛି । ସ୍ଲୋଗାନ ପରିବର୍ତ୍ତନ କରାଯାଇ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ହାଉସ ୟୁନିଫର୍ମ ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଛାତ୍ରୀଙ୍କ ଟ୍ରାକ ପ୍ୟାଣ୍ଟ ନୀଳ ରଙ୍ଗ ରହିଥିବା ବେଳେ ଟି ସାର୍ଟ ର ରଙ୍ଗ ସବୁଜ, ନାଲି, ହଳଦୀ, ନୀଳ ରଙ୍ଗ ରହିଛି । ଟୋପିର ରଙ୍ଗ ଧଳା ରହିବ । ଟୋପି ଧଳା ରହିବ । ସେଥିରେ ସ୍ଲୋଗାନ ସହ ଲୋଗୋ ମଧ୍ୟ ଲାଗିବ । ଛାତ୍ରଛାତ୍ରୀଙ୍କ ସହ ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ । ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା , ଦୁଇ ହଳ ମୌଜା , ୧୨୫ ଟଙ୍କାରେ ଗୋଟିଏ ଟି ସର୍ଟ , ୧୨୫ ଟଙ୍କାରେ ଗୋଟିଏ ଟ୍ରାକ ପ୍ୟାଣ୍ଟ ୩୦ ଟଙ୍କାରେ ଟୋପି, ୨୦ ଟଙ୍କାରେ ଗୋଟିଏ ପରିଚୟ ପତ୍ର ଦିଆଯିବ । ପିଲାଙ୍କ ଜୋତା ରଙ୍ଗ କଳା, ମୌଜା ରଙ୍ଗ ଧଳା ରହିବ ।










