28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୁଁ ସେହି ଚଢେଇ ଯାହାର ବସା ଆଉ କିଏ ନେଇଗଲା : ରବିଶ କୁମାର

ମୁଁ ସେହି ଚଢେଇ ଯାହାର ବସା ଆଉ କିଏ ନେଇଗଲା : ରବିଶ କୁମାର

ନୂଆଦିଲ୍ଲୀ: ଏନଡିଟିଭି ଚ୍ୟାନେଲର ଗ୍ରୁପ ଏଡିଟର ତଥା ପ୍ରତିଷ୍ଠିତ ଉପସ୍ଥାପକ ରବିଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନଡିଟିଭିର ପ୍ରମୋଟର କମ୍ପାନି ଆରଆରପିଆରରୁ ପ୍ରଣୟ ରାୟ ଏବଂ ରାଧିକା ରାୟଙ୍କ ଇସ୍ତଫା ପରେ ରବିଶ ମଧ୍ୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ରବିଶ କୁମାର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଇସ୍ତଫାର ସୂଚନା ଦେବା ସହ ଭାବୁକ ବିଦାୟ ସମ୍ବୋଧନରେ ଗତ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଏବେ କେବଳ ସେ ୟୁଟ୍ୟୁବ୍ ଚ୍ୟାନେଲରେ ନଜର ଆସିବେ ବୋଲି ରବିଶ କୁମାର କହିଛନ୍ତି। ଏହି ସମୟରେ ସେ ଆକ୍ଷେପଭରା ସ୍ଵରରେ କହିଛନ୍ତି ଯେ, ଆଜିର ସନ୍ଧ୍ୟା ଏମିତି ଏକ ସନ୍ଧ୍ୟା ଯେଉଁଠି ଚଢେଇକୁ ତାର ବସା ନଜର ଆସୁନାହିଁ। କାରଣ ତାକୁ ଅନ୍ୟ କେହି ନେଇଗଲା। କିନ୍ତୁ ଉକ୍ତ ଚଢେଇ ଥକିବା ପର୍ଯ୍ୟନ୍ତ ଖୋଲା ଆକାଶ ରହିଛି।

ରବିଶ କୁମାର ନିଜର ପ୍ରାରମ୍ଭିକ ଯାତ୍ରାଠୁ ନେଇ ଆଜି ପର୍ଯ୍ୟନ୍ତ ଦିନଗୁଡିକୁ ମନେଇ ପକାଇଛନ୍ତି। ସେ କହିଛନ୍ତି, ଏହା ଏନଡିଟିଭିରେ ହିଁ ସମ୍ଭବ। ମାତ୍ର ଆଜି ମୁଁ ଇସ୍ତଫା ଦେଉଛି। ଏମିତି ଦିନ ଆସିବାର ଥିଲା। ଏନଡିଟିଭିର ପ୍ରାଇମ୍ ଟାଇମ୍ ଶୋ ଜରିଆରେ ଲୋକପ୍ରିୟତା ଅର୍ଜନ କରିଥିବା ରବିଶ କୁମାର କହିଛନ୍ତି, ଭାରତର ସାମ୍ବାଦିକତାରେ ସ୍ଵର୍ଣ୍ଣିମ ଯୁଗ କେବେ  ହିଁ ନଥିଲା। ମାତ୍ର ଏହି ଧରଣର ଭସ୍ମ ଯୁଗ ବି ନଥିଲା। ଏହି ଦିନ ବି ଆସିବାର ଥିଲା। ଦେଶରେ ଗୋଦି ମିଡିଆ ଚ୍ୟାନେଲର ଅଭାବ ନାହିଁ। ଗୋଦି ମିଡିଆ ଏବଂ ସରକାର ମଧ୍ୟ ସାମ୍ବାଦିକତାର ନିଜ ଅର୍ଥ ଜନତାଙ୍କ ଉପରେ ଥୋପିବାକୁ ଚାହାନ୍ତି। ଏହି ସମୟରେ ମୁଁ ନିଜ ସଂସ୍ଥାକୁ ନେଇ କିଛି ଖାସ୍ ଚାହୁଁ ନାହିଁ। ଭାବୁକ ହୋଇ ଆପଣ ନିରବ ରହି ପାରିବେ ନାହିଁ ବୋଲି ରବିଶ କୁମାର କହିଛନ୍ତି।

ସେ କହିଛନ୍ତି, ମୁଁ ଏଠାରେ ୨୬ ବର୍ଷ କାମ କରିଛି ଏବଂ ଏହି ଯାତ୍ରାରେ ଉତଥାନ-ପତନ ରହିଛି। ସମସ୍ତଙ୍କଠୁ ମୋତେ କିଛି ନା କିଛି ମିଳିଛି ଏବଂ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। କନ୍ୟା ବିଦାୟ ହେଲେ ବହୁ ଦୂରରୁ ନିଜ ବାପ ଘରକୁ ଚାହିଁ ରହିଥାଏ। ମୋର ବି ସ୍ଥିତି ଏମିତି। ଏବେ ମୋତେ ବିଦାୟ ହେବାକୁ ଦିଅନ୍ତୁ। ପୁଣି କେବେ ବିସ୍ତୃତ ଭାବେ ଆଲୋଚନା କରିବା। ଏନଡିଟିଭି ମୋତେ ଗୋଟିଏ  ଜିନିଷ ଶିଖାଇଛି ଯେ ଟିଭିର ଗୋଟିଏ ଅର୍ଥ ଟିମ୍। ମାତ୍ର ଆଙ୍କରଙ୍କୁ ଷ୍ଟାର ହେବାର ପରମ୍ପରା ଭଙ୍ଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking