32.1 C
Bhubaneswar
Saturday, June 22, 2024
Homeବଲିଉଡମୁଁ ସେତିକି ଭାଗ୍ୟବାନ କି ଟ୍ବିଙ୍କଲଙ୍କ ସହ ମୋର ବିବାହ ହୋଇଛି : ଅକ୍ଷୟ କୁମାର

ମୁଁ ସେତିକି ଭାଗ୍ୟବାନ କି ଟ୍ବିଙ୍କଲଙ୍କ ସହ ମୋର ବିବାହ ହୋଇଛି : ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ବଲିଉଡର ସୁପରଷ୍ଟାର ତାଲିକାରେ ସ୍ଥାନ ପାଇଛନ୍ତି। ଅକ୍ଷୟଙ୍କୁ ତାଙ୍କ ଅଭିନୟ ସହିତ ସ୍ବଭାବ ‌ପାଇଁ ଲୋକ ଖୁବ ଭଲ ପାଆନ୍ତି। ଅଭିନେତା ପ୍ରାୟତଃ ସୁଟିଂ ପରେ ଅଧିକାଂଶ ସମୟ ପତ୍ନୀ ଏବଂ ପିଲାମାନଙ୍କ ସହିତ ବିତାଇଥାନ୍ତି। ନିକଟରେ ଅକ୍ଷୟ କୁମାର ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଟ୍ବିଙ୍କଲଙ୍କ ପ୍ରଶଂସା କରି ଅଭିନେତା କହିଛନ୍ତି, ସ୍ତ୍ରୀ ଟ୍ବିଙ୍କଲ ବୁଦ୍ଧିମତୀ ଝିଅ ନିତାରା ମଧ୍ୟ ତାଙ୍କୁ ଅନୁକରଣ କରି ବାଟ ଚାଲିଛନ୍ତି। ମୋ କଥା କହିଲେ କହିବି ମୁଁ ଅଶିକ୍ଷିତ। ମୋର କୌଣସି ବିଷୟରେ ‌ବେଶୀ କିଛି ଜ୍ଞାନ ନାହିଁ। ମୁଁ ସେତିକି ଭାଗ୍ୟବାନ କି ଟ୍ବିଙ୍କଲଙ୍କ ସହ ମୋର ବିବାହ ହୋଇଛି। ଟ୍ବିଙ୍କଲ ଜଣେ ଭଲ ସ୍ତ୍ରୀ ହେବା ସହ ଭଲ ମା’ ମଧ୍ୟ। ଆପଣ ଜାଣି ରଖିବା ଉଚିତ ଯେ ଜୀବନସାଥୀ ଭଲ ମିଳିଗଲେ ଜୀବନ କାଟିବା ସହଜ ହୋଇଯାଇଥାଏ। କାରଣ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆମକୁ ସଂଘର୍ଷ କରିବାକୁ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking