19.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶ“ଜଣେ ହିନ୍ଦୁଭାବେ ମୁଁ ଗର୍ବିତ, ଜୟ ସିୟାରାମ”: ଋଷି ସୁନକ୍

“ଜଣେ ହିନ୍ଦୁଭାବେ ମୁଁ ଗର୍ବିତ, ଜୟ ସିୟାରାମ”: ଋଷି ସୁନକ୍

ଲଣ୍ଡନ : ଲୋକପ୍ରିୟ ରାମ କଥା ପ୍ରବଚକ ମୋରାରୀ ବାପୁଙ୍କୁ ନିକଟରେ ଲଣ୍ଡନର ବିଶ୍ବପ୍ରସିଦ୍ଧ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ‘ରାମ କଥା’ ନିମନ୍ତ୍ରଣ କରାଯାଇଥିଲା। ଭାରତର ସ୍ବାଧୀନତା ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଯୋଗ ଦେଇଥିଲେ ଓ ବାପୁଙ୍କ ଆଶିର୍ବାଦ ନେଇଥିଲେ ।ଏହି ଅବସରରେ ସୁନକ ଜୟ ସିୟାରାମ କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଜଣେ ସେ ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ଜଣେ ହିନ୍ଦୁ ହିସାବରେ ଆସିଛନ୍ତି । ତାଙ୍କ ପାଇଁ ଧର୍ମ ଏକ ବ୍ୟକ୍ତିଗତ ବିଷୟ । ନିଜର ଧର୍ମ ବିଶ୍ବାସ ହିଁ ତାଙ୍କୁ ବିପଦ ସମୟରେ ପଥପ୍ରଦର୍ଶନ କରିଥାଏ ।ଏହା ସହିତ ସୁନକ କହିଥିଲେ ଯେ ସେ ଜଣେ ଗର୍ବିତ ବ୍ରିଟିଶ ଓ ଜଣେ ହିନ୍ଦୁ ହିସାବରେ ଗର୍ବିତ । ମୋରାରୀ ବାପୁଙ୍କ ପଛପଟେ ଏକ ସ୍ବର୍ଣ୍ଣିମ ହନୁମାନଙ୍କ ବିଶାଳ ଫଟୋଚିତ୍ର ରହିଛି । ଠିକ ସେହିପରି ସେ ୧୦-ଡାଉନିଂ ଷ୍ଟ୍ରିଟ୍ ସ୍ଥିତ ନିଜ ଅଫିସରେ ଏକ ସ୍ବର୍ଣ୍ଣିମ ଗଣେଷଙ୍କ ମୂର୍ତ୍ତି ରଖିଛନ୍ତି । ଯାହାକି ତାଙ୍କୁ ସବୁବେଳେ ପ୍ରଥ ପ୍ରଦର୍ଶନ କରିଥାଏ ।ଏହି ଅବସରରେ ମୋରାରୀ ବାପୁ କହିଥିଲେ ଯେ ଏତେ ବଡ ପଦବୀରେ ରହିବା ପରେ ମଧ୍ୟ ସେ ଏଠାକୁ ଆସିଛନ୍ତି । ଜଣେ ମଣିଷ ପାଇଁ ଉଭୟ ସରଳ ଓ ଶକ୍ତିଶାଳୀ ହେବା ଅତ୍ୟନ୍ତ କଷ୍ଟକର । ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସେ ସରଳ ହୋଇ ଆସିଥିଲେ ଏବଂ ବହୁତ ଉତ୍ସାହର ସହ ସାକ୍ଷାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking