29.1 C
Bhubaneswar
Monday, November 18, 2024
Homeଓଡିଶାଘରୁବାହାର କରିଦେଲେ ସ୍ୱାମୀ, ଥାନାର ଦ୍ୱାରସ୍ଥ ସ୍ତ୍ରୀ

ଘରୁବାହାର କରିଦେଲେ ସ୍ୱାମୀ, ଥାନାର ଦ୍ୱାରସ୍ଥ ସ୍ତ୍ରୀ

ବ୍ରହ୍ମପୁର: ମାଡ଼ ମାରି ସ୍ୱାମୀ ଜଣେ ୫୨ ବର୍ଷୀୟ ମହିଳାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ ନେଇ ମହିଳା ଜଣଙ୍କ ଗତକାଲି ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀ ଜଣଙ୍କ ଅନ୍ୟ ଏକ ମହିଳା ସହ ସମ୍ପର୍କ ରଖିବା ସେ ଅଭିଯୋଗ କରିଛନ୍ତି । ଏହାକୁ ସେ ବାରଣ କରିବାରୁ ତାଙ୍କୁ ଓ ତାଙ୍କ ପୁଅକୁ ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଜନୈକା ମହିଳା ଦୀର୍ଘ ୩୦ ବର୍ଷ ପୂର୍ବେ ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୋର୍ଟରେ ବିବାହ କରିଥିଲେ ।

ତାଙ୍କର ଏକ ପୁତ୍ର ସନ୍ତାନ ରହିଛି । ସ୍ୱାମୀଙ୍କ ସମ୍ପର୍କ ରଖିବା ସ୍ତ୍ରୀ ଜାଣିବା ପରେ  ବାରଣ କରିଥିଲେ ।  ସ୍ୱାମୀ ଉକ୍ତ ମହିଳା ଜଣଙ୍କୁ ନିଜ ଘରେ ଆଣି ରଖିଥିଲେ । ସ୍ତ୍ରୀ ଏହାର ପ୍ରତିବାଦ କରିବାକୁ ସ୍ୱାମୀ ତାଙ୍କୁ ମାଡ଼ ମାରିବା ସହ ଘରେ ତାଲା ପକାଇ ଉକ୍ତ ମହିଳାଙ୍କୁ ନେଇ କେଉଁ ଆଡ଼େ ଚାଲିଯାଇଛନ୍ତି । ଯାହାଫଳରେ ସେ ଓ ତାଙ୍କ ପୁଅ ବାହାର ବସିଥିବା  ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ସେ ଦୀର୍ଘ ୮ ଦିନ ହେବ ଖରା, ବର୍ଷା ଓ ଶୀତରେ ଦାଣ୍ଡରେ ବସିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking