ଭୁବନେଶ୍ୱର: ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ମୃତ ମହିଳାଙ୍କ ସ୍ୱାମୀ ବିମଳ ବିଭୂତି ପଟ୍ଟନାୟକ । ଅଭିଯୋଗକାରୀଙ୍କ ଝିଅ ଅଭିଯୁକ୍ତଙ୍କୁ ଏପ୍ରିଲ ୨୦୨୨ରିଖରେ ବିବାହ କରିଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିଲା । କିଛି ମାସ ପରେ ଅଧିକା ଯୌତୁକ ଦାବୀ କରି ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ପରିବାର ବର୍ଗ ପୀଡିତଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯ୍ୟତନା ଦେବା ଆରମ୍ଭ କରିଦେଇଥିଲେ । ପୀଡିତାଙ୍କ ପରିବାରର ଆର୍ôଥକ ଅବସ୍ଥା ସ୍ୱଛଳ ନଥିବାରୁ ଅଭିଯୋଗକାରୀ ଝିଅର ଶାଶୁ ଘରକୁ ଦାବୀ ମୁତାବକ ଯୌତୁକ ଦେଇପାରି ନଥିଲେ । ଗତ ତା୦୨.୦୧.୨୦୨୨ ରିଖ ଦିନ ଅଭିଯୋଗକାରୀ ଝିଅ ନମ୍ବରକୁ ଫୋନ କରିଥିଲେ ମଧ୍ୟ ସେପାଖରୁ ଝିଅ ଫୋନ ଉଠାଇବା ବଦଳରେ ନିମ୍ନୋକ୍ତ ଅଭିଯୁକ୍ତ ଫୋନ ଉଠାଇ ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବ ସହିତ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଝିଅକୁ ଦେଖିନେବ ଲାଗି ଧମକ ଦେଇଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ଠାରୁ ଏହି କଥା ଶୁଣି ଅଭିଯୋଗକାରିଙ୍କ ମନରେ ସନ୍ଦେହ ଆସିଥିଲା ଏବଂ ସେ ତୁରନ୍ତ ଅଭିଯୁକ୍ତଙ୍କ ଘରକୁ ଯାଇ ସେଠାରେ ପିଡ଼ିତାଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ । ଅଧିକ ତଦନ୍ତରୁ ଜଣା ପଡିଛି ଯେ, ବିମଳଙ୍କ ନାମରେ ପୂର୍ବରୁ ମଧ୍ୟ ଚାନ୍ଦପୁର ଥାନାରେ ଏକ ମାମଲା ରହିଛି ।