35.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ : ଏକାଧିକ ଟ୍ରେନ୍ ବାତିଲ୍

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ : ଏକାଧିକ ଟ୍ରେନ୍ ବାତିଲ୍

ଜାମସେଦ୍‌ପୁର : ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ । ସୋମବାର ବିଳମ୍ବିତ ରାତିରେ ପାଖାପାଖି ୩ଟା ୩୪ ମିନିଟରେ ଝାଡଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏହାର ୫ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଫଳରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଦୁର୍ଘଟଣା ପରେ ରେଳ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ଟ୍ରେନ୍ ବାତିଲ୍, ସର୍ଟ ଟର୍ମିନେଟ୍ କିମ୍ବା ଡାଇଭର୍ଟ କରାଯାଇଛି। ଦୁର୍ଘଟଣା (ଜାମସେଦପୁର ରେଳ ଦୁର୍ଘଟଣା) ପରେ ପ୍ରଭାବିତ ରେଳ ସେବା ସମ୍ପର୍କରେ ସୂଚନା ଦେଇ ଦକ୍ଷିଣ ପୂର୍ବ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି।
ବାତିଲ ହୋଇଥିବା ଟ୍ରେନ୍:
ହାଓଡ଼ା-ଟିଟିଲାଗଡ଼-କେବିଜୋର ଇସ୍ପାତ ଏକ୍ସପ୍ରେସ୍ (୨୨୮୬୧)
ଖଡ଼ଗପୁର-ଝାଝା-ଧନେଶ୍ୱର (୦୮୦୧୫/୧୮୦୧୯)
ହାଓଡ଼ା-ବରୁଣୀ-ହାୱଡ଼ା ଜନ ଶତାବ୍ଦୀ (୧୨୦୨୧/୧୨୦୨୨)
ଅଳ୍ପ ସମୟ ପାଇଁ ଅଟକିଥିବା ଟ୍ରେନ୍:
ରାଉରକେଲାରେ ବରୁଣୀ-ଟାଟା (୧୮୧୧୪)
ଚକ୍ରଧରପୁରରେ ଏର୍ଣ୍ଣାକୁଲମ-ଟାଟା (୧୮୧୯୦)
ହାଓଡ଼ା-ଚକ୍ରଧରପୁର (୧୮୦୧୧) ଆଦିତ୍ୟପୁର
ଗତିପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌:
ହାଓଡ଼ା-ମୁମ୍ବାଇ ସିଏସ୍ଟି ଦୁରନ୍ତୋ ଏକ୍ସପ୍ରେସ୍‌ (୧୨୨୬୨)କୁ ଖଡ଼ଗପୁର-ଭୁବନେଶ୍ୱର ମାର୍ଗରେ
ହାଓଡ଼ା-ପୁଣେ ଏକ୍ସପ୍ରେସ୍ (୧୨୧୩୦)କୁ ସିନି-ଖଣ୍ଡୱା-ପ୍ରୟାଗରାଜ-ଇଟାୱା-ନୂଆଦିଲ୍ଲୀ-ରୋହତକ ରୁଟ୍ରେ
ହାଓଡ଼ା-ଜମାଲପୁର (୧୮୦୦୫)କୁ ଚନ୍ଦନପୁର-ମୁରି-ଇଟାୱା-ରୋହତକ ମାର୍ଗରେ
ହାଓଡ଼ା-ଆନନ୍ଦ ବିହାର ଟର୍ମିନାଲ (୧୨୮୩୪)କୁ ଚନ୍ଦନପୁର-ପ୍ରୟାଗରାଜ-ଇଟାୱା-ରୋହତକ ମାର୍ଗରେ
ପୁରୀ-ଯିନରକ (୧୮୪୭୭)କୁ ଚନ୍ଦନପୁର-ବିଜୁରା-ଗୋମୋହ ମାର୍ଗରେ
ଲୋକମାନ୍ୟ ତିଲକ ଟର୍ମିନାସ-ସାମଲି (୧୮୦୨୯)କୁ ରାଉରକେଲା-ଇଟାୱା-ପ୍ରୟାଗରାଜ-ଟାଟା ମାର୍ଗରେ
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୫୯): ରାଉରକେଲା-ଇଟାୱା-ପ୍ରୟାଗରାଜ-ଟାଟା ମାର୍ଗରେ
ବଦଳିଲା ଏହି ଟ୍ରେନ୍‌ର ରୁଟ୍ :
ପୁଣେ-ହାୱଡ଼ା (୧୨୧୦୧)
ଲୋକମାନ୍ୟ ତିଲକ ଟର୍ମିନାସ-ହାୱଡ଼ା (୧୨୧୨୯)
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୦୯)
ଲୋକମାନ୍ୟ ତିଲକ ଟର୍ମିନାସ-ହାୱଡ଼ା (୧୮୦୨୯)
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୫୯)
ଆନନ୍ଦବିହାର ଟର୍ମିନାସ-ହାୱଡ଼ା (୧୨୮୩୩)
ସିଏସଏମଟି-ହାୱଡ଼ା (୧୨୨୬୧)
ଲୋକମାନ୍ୟ ତିଲକ ଟର୍ମିନାସ-କୋଏମ୍ବାଟୁର (୨୨୫୧୧)

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking