26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଦିଲ୍ଲୀ କୋଚିଂ ସେଣ୍ଟର ଘଟଣା: ତେଜୁଛି ରାଜନୀତି

ଦିଲ୍ଲୀ କୋଚିଂ ସେଣ୍ଟର ଘଟଣା: ତେଜୁଛି ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ କୋଚିଂ ସେଣ୍ଟର ମାମଲାକୁ ନେଇ ତେଜୁଛି ରାଜନୀତି । ଉଭୟ ଶାସକ ଏବଂ ବିରୋଧୀ ଦଳ ଉକ୍ତ ପ୍ରସଙ୍ଗକୁ ନେଇ ପରସ୍ପରର ଦୋଷ ଦୁର୍ବଳତା ଦେଖାଇବାରେ ଲାଗି ପଡ଼ିଛନ୍ତି। ଯାହାଫଳରେ ଉଭୟ ଆପ୍‌ ଏବଂ ବିଜେପି ଉକ୍ତ ଘଟଣାକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି। ଏହି ଘଟଣା ପାଇଁ ଦିଲ୍ଲୀରେ ଶାସକ ଆପ୍‌ ଅମଲାମାନଙ୍କୁ ଦାୟୀ କରିଛି। ଦିଲ୍ଲୀ ସ୍ବାସ୍ଥ୍ୟ, ଜଳ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି ଯେ ସହରର ଡ୍ରେନ୍‌ ପରିଚାଳନା ପ୍ରସଙ୍ଗରେ ଆଲୋଚନା ପାଇଁ ଗତ ଫ୍ରେବୁଆରି ମାସ ୧୩ରେ ହୋଇଥିବା ବୈଠକରେ କେହି ଜଣେ ହେଲେ ଆଇଏଏସ୍‌ ଅଫିସର ଯୋଗ ଦେଇନଥିଲେ। ଭରଦ୍ବାଜ କହିଛନ୍ତି, ଡ୍ରେନ୍‌ ପରିଚାଳନା ତାଙ୍କ ବିଭାଗର ଦାୟିତ୍ବ ନୁହେଁ। ଏମ୍‌ସିଡି, ପିଡବ୍ଲ୍ୟୁଡି (ପୂର୍ତ୍ତ ବିଭାଗ), ଏନ୍‌ଡିଏମ୍‌ସି (ନ୍ୟୁ ଦିଲ୍ଲୀ ମୁନସିପାଲ କାଉନସିଲ୍‌) ଏବଂ ଡିଡିଏ (ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ) ଅଧୀନରେ ଏହା ଆସୁଛି। ଏହି ବିଭାଗ ଗୁଡ଼ିକ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ସିଧାସଳଖ ଭାବେ ଜଡ଼ିତ।ଏମ୍‌ସିଡି କମିସନର ମଧ୍ୟ ଏନେଇ ଉପରାଜ୍ୟପାଳଙ୍କୁ ସିଧାସଳଖ ଅବଗତ କରନ୍ତି। ସହରରେ ଜଳବନ୍ଦୀ ସ୍ଥିତି ମୁକାବିଲା କରିବାର ଏକମାତ୍ର ବାଟ ହେଉଛି ଡ୍ରେନ୍‌ ସଫା କରିବା। ଆପ୍‌ କର୍ମୀମାନେ ମଧ୍ୟ ଉପରାଜ୍ୟପାଳ ଭିକେ ସାକ୍‌ସେନାଙ୍କ ବାସଭବନ ବାହାରେ ଆଜି ଆନ୍ଦୋଳନ କରି ଏମ୍‌ସିଡି କମିସନରଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷେ ବିଜେପି କର୍ମୀ ଆପ୍‌ କାର୍ଯ୍ୟାଳୟ ବାହାରେ ରୁଣ୍ଡ ହୋଇ ଦଳର ସୁପ୍ରି ମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପାଣି ତୋପ ବ୍ୟବହାର କରିଥିଲା। ବିଜେପି କାଉନସିଲରମାନେ ମଧ୍ୟ ଏମ୍‌ସିଡି ହାଉସ୍‌ରେ ଆନ୍ଦୋଳନ କରିଛନ୍ତି। ଆଜି ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ବାଂଶୁରୀ ସ୍ବରାଜ ଉକ୍ତ ଘଟଣା ପାଇଁ ଆପ୍‌କୁ ଦାୟୀ କରିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଉକ୍ତ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏଥିସହିତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking