27.1 C
Bhubaneswar
Friday, November 22, 2024
Homeସ୍ୱାସ୍ଥ୍ୟକିପରି ନେବେ ଆଖିର ଯତ୍ନ ?

କିପରି ନେବେ ଆଖିର ଯତ୍ନ ?

ବ୍ୟୁରୋ : କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଉ ଏହି ସମ୍ପଦ ମଧ୍ୟରେ ସବୁଠୁ ଗରୁତ୍ୱପୂର୍ଣ୍ଣ ହେଉଛି ଆଖି । କାରଣ ଆଖିରେ ହିଁ ଆମେ ଦେଖୁ । ଯଦି ଆପଣଙ୍କର ଆଖି ଖରାପ ହୋଇଯାଉଛିି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଉଛି ତେବେ ଏହା କେବଳ ଆପଣଙ୍କୁ ଶାରୀରିକ ସ୍ତରରେ କ୍ଷତି ପହଞ୍ଚାଇବନି ବଂର ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ କରିଦେବ । ତେଣୁ ଆଖିର ଯତ୍ନ ନେବା ଆଜିର ଦୁନିଆରେ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଖିର କିପରି ଯତ୍ନ ନେବେ ।

 କନଷ୍ଟ୍ରକସନ୍, ଶକ୍ତି ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସୁରକ୍ଷିତ ଚଷମା ଲଗାନ୍ତୁ
 ସ୍ମାର୍ଟ ଫୋନ୍, ଲାପଟପ୍, ଆଦି ଅଧିକ ବ୍ୟବହାର କଲେ ଆଖି ଉପରେ ଚାପ ପଡିଥାଏ
 ତେଣୁ ମୋବାଇଲ, କମ୍ପ୍ୟୁଟର ଭଳି ଡିଜିଟାଲ ସାମଗ୍ରୀ କମ ବ୍ୟବହାର କରନ୍ତୁ
 ଆଖିକୁ ସର୍ବଦା ସ୍ୱଚ୍ଛ ରଖିବାକୁ ପ୍ରୟାସ କରିବା ଆବଶ୍ୟକ
 ମୁହଁରେ ହାତ ଲଗାଇବା ପୂର୍ବରୁ ପ୍ରତିଦିନ ହାତ ସଫା କରନ୍ତୁ
 ଆଖିକୁ ହାତରେ ଛୁଅନ୍ତୁ ନାହିଁ
 ଆଖିକୁ ସ୍ପର୍ଷ କରିବାକୁ ପରିସ୍କାର ଗାମୁଛା, ରୁମାଲ ବ୍ୟବହାର କରନ୍ତୁ
 ସୂର୍ଯ୍ୟଙ୍କ କିରଣଠୁ ଆଖିକୁ ସୁରକ୍ଷା ଦିଅନ୍ତୁ
 ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ଆପଣଙ୍କ ଆଖିକୁ ଖରାପ କରିଦେଇପାରେ
 ତେଣୁ ବାହାରକୁ ଗଲେ ୟୁଭି(ଅତିବାଇଗଣି) ରଶ୍ମୀଠୁ ସୁରକ୍ଷା ପ୍ରଦାନ କରୁଥିବା ସନଗ୍ଲାସ୍ ପିନ୍ଧନ୍ତୁ
 ଆଖିକୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟକର ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
 ସବୁଜ ପନିପରିବା, ମାଛ, ବାଦାମ ଖାଦ୍ୟରେ ସାମିଲ କରନ୍ତୁ
 ଏହା ଆପଣଙ୍କ ଆଖିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ
 ଯଦି ଦେଖିବାରେ କୌଣସି ଅସୁବିଧା ହେଉଛି ଆଖି ପରୀକ୍ଷା କରାଇନିଅନ୍ତୁ
 ଆଖି ପରୀକ୍ଷା ପରେ ଆବଶ୍ୟକ ପଡିଲେ ଚଷମା ପିନ୍ଧନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking