14.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଭାରତ ଆସୁଥିବା ଇସ୍ରାଏଲ ଜାହାଜକୁ ହେଲିକପ୍ଟରରେ ଆସି ଅପହରଣ କଲେ ହଉତୀ ବିଦ୍ରୋହୀ

ଭାରତ ଆସୁଥିବା ଇସ୍ରାଏଲ ଜାହାଜକୁ ହେଲିକପ୍ଟରରେ ଆସି ଅପହରଣ କଲେ ହଉତୀ ବିଦ୍ରୋହୀ

ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ୟେମେନର ହଉତୀ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି ।  ଏ ନେଇ ଏକ ଭିଡିଓ ଜାରି କରାଯାଇଛି । ହମାସ ବିରୋଧରେ ଯୁଦ୍ଧକୁ ନେଇ ହଉତୀ ବିଦ୍ରୋହୀମାନେ ଇସ୍ରାଏଲ ଜାହାଜ ଉପରେ ଟାର୍ଗେଟ କରିଥିଲେ । ଏହାର ଏକ ଭିଡିଓ ଭାଇରଲ ହେଉଛି । ସୂଚନା ମୁତାବକ, ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜରେ ୟେମେନର ହଉତୀ ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ଜାହାଜରେ ଓହ୍ଲାଇଥିଲେ । ଏହାପରେ ମାଲବାହୀ ଜାହାଜକୁ ଅପହରଣ କରିନେଇଛନ୍ତି । ବିଦ୍ରୋହୀମାନେ ଜାହାଜରେ ଥିବା ୨୫ ଜଣ ସଦସ୍ୟଙ୍କୁ ବନ୍ଧକ ମଧ୍ୟ କରିନେଇଛନ୍ତି । ବିଦ୍ରୋହୀମାନେ ଏକ ପୁରୁଣା ଋଷୀୟ ଏମଆଇ-୧୭ ହେଲିକପ୍ଟରରୁ ମାଲବାହୀ ଜାହାଜ ଉପରେ ଓହ୍ଲାଉଥିବା ଭିଡିଓରେ ଦେଖାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି, ବିଦ୍ରୋହୀମାନେ ପ୍ରଥମେ ଜାହାଜର ଚାଳକ ଦଳଙ୍କୁ ନିଜ ହେପାଜତକୁ ନେଇଯାଇଥିଲେ ଓ ତା’ପରେ ପୂରା ଜାହାଜକୁ କବଜା କରିନେଇଥିଲେ । ଏହି ସମୟରେ ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ନାରା ନେଇଥିଲେ । ଭିଡିଓରେ ଦେଖାଯାଇଥିବା କ୍ରୁଙ୍କର କିଛି ସଦସ୍ୟ ହାତ ଉପରକୁ ଉଠାଇଥିବା ନଜର ଆସିଛନ୍ତି । ଅନ୍ୟ ବିଦ୍ରୋହୀମାନେ ଜାହାଜରେ ଗୁଳି ଚଳାଇ ପଳାଇଥିବାର ନଜର ଆସିଛନ୍ତି । ଇସ୍ରାଏଲ ଏହି ଅପହରଣକୁ ନେଇ ନିନ୍ଦା କରିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାହୁଙ୍କ କାର୍ଯ୍ୟାଳୟରୁ ଏକ୍ସ ଜରିଆରେ ଏକ ପୋଷ୍ଟ କରି କୁହାଯାଇଛି, ଇସ୍ରାଏଲର ଏକ ଅନ୍ତର୍ରାଷ୍ଟ୍ରୀୟ ଜାହାଜକୁ ଅପହରଣ କରିବା ମାମଲାକୁ କଡ଼ା ନିନ୍ଦା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking