18.1 C
Bhubaneswar
Friday, December 27, 2024
Homeପୁରୁଷ ହକି ବିଶ୍ୱକପ୍ହକି ବିଶ୍ବକପ୍‌: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ, ୨-୦ରେ ସ୍ପେନ୍‌କୁ ହରାଇଲା

ହକି ବିଶ୍ବକପ୍‌: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ, ୨-୦ରେ ସ୍ପେନ୍‌କୁ ହରାଇଲା

ରାଉରକେଲା : ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଉଦ୍‌ଘାଟନୀ ଦିବସର ଚତୁର୍ଥ ମ୍ୟାଚ୍‌ରେ ଶୁକ୍ରବାର ଟିମ୍‌ ଇଣ୍ଡିଆ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ। ଦର୍ଶକମାନେ ମଧ୍ୟ ଖେଳାଳିଙ୍କୁ ସମର୍ଥନ ‌ଯୋଗାଇଥିଲେ। ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଉପଅଧିନାୟକ ରୋହିଦାସ ଖେଳର ୧୨ତମ ମିନିଟରେ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ପରେ ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍‌ ଦେଇ ଭାରତକୁ ୨ ଗୋଲରେ ଆଗୁଆ କରିଥିଲେ। ଏହାପ‌ରେ ସ୍ପେନ୍ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲରେ ରୂପାନ୍ତରିତ କରିପାରି ନଥିଲେ। ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୋଟ ୪ଟି ମ୍ୟାଚ ଖେଳାଯାଇଥିଲା। ଉଭୟ ସ୍ଥାନରେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲାରେ ପ୍ରଥମ ଥର ବିଶ୍ବକପର ମ୍ୟାଚଗୁଡ଼ିକ ଖେଳାଯାଉଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଦେଖାଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ମ୍ୟାଚ ଦେଖିବାକୁ ପହଞ୍ଚି ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking