28.1 C
Bhubaneswar
Sunday, September 8, 2024
Homeଖେଳଅଷ୍ଟ୍ରେଲିଆ ବିପକ୍ଷ ହକି ସିରିଜ୍‌; ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ହକି ସିରିଜ୍‌; ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ: ପର୍ଥରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ହକି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ହରମନ୍‌ପ୍ରୀତ୍ ସିଂହଙ୍କ ଟିମ୍‌କୁ ୫-୧ ଗୋଲ୍‌ରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତି କ୍ୱାର୍ଟର୍‌ରେ ଅତିକମ୍‌ରେ ଗୋଟିଏ ଲେଖାଏଁ ଗୋଲ୍ ହୋଇଥିଲା । ବିଶେଷକରି ତୃତୀୟ କ୍ୱାର୍ଟର୍‌ରେ କେକାବୁରାର ଟିମ୍ ପ୍ରଭାବଶାଳୀ ପ୍ରଦର୍ଶନ କରି ଦୁଇ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ କରିଥିଲା । ଚତୁର୍ଥ କ୍ୱାର୍ଟର୍‌ରେ ଗୁରଜନ୍ତ ଏକମାତ୍ର ଗୋଲ୍ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ତୁରନ୍ତ ଆଉ ଏକ ଗୋଲ୍ କରି ୫-୧ରେ ବିଜୟୀ ହୋଇଥିଲା ।

କୋକାବୁରା ପକ୍ଷରୁ ଟମ୍ ୱିକ୍‌ହମ୍ (୨୦, ୩୮ ମିନିଟ୍‌), ଦୁଇଟି ଗୋଲ୍ କରିଥିବା ବେଳେ ଟିମ୍ ବ୍ରାଣ୍ଡ୍ (ତୃତୀୟ ମିନିଟ୍‌, ଜୋଏଲ୍ ରିଣ୍ଟାଲା (୩୭ ମିନିଟ୍‌) ଏବଂ ଫ୍ଲିନ୍ ଓଗିଲ୍‌ଭି (୫୭ ମିନିଟ୍‌) ଅନ୍ୟ ଗୋଲ୍ ତିନିଟି ସ୍କୋର୍ କରିଥିଲେ । ଭାରତ ପକ୍ଷରୁ ଗୁରଜନ୍ତ ସିଂହ ୪୭ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ଟି କରିଥିଲେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍ ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ପୁଲ୍‌ରେ ସ୍ଥାନ ପାଇଛନ୍ତି । ଦୁଇ ଟିମ୍ ୨୦୧୩ ପରଠାରୁ ୪୪ ଥର ମୁହାଁମୁହିଁ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨୯ ଥର ବିଜୟୀ ହୋଇଛି । ଭାରତ ମାତ୍ର ୮ ଥର ଜିତିବାରେ ସଫଳ ହୋଇଛି ଏବଂ ୭ଟି ମ୍ୟାଚ୍ ଡ୍ର’ ରହିଛି । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ରବିବାର ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତ ପତ୍ୟାବର୍ତ୍ତନ ସହ ସ୍ଥିତି ସମାନ କରିବାକୁ ଉଦ୍ୟମ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking