27.1 C
Bhubaneswar
Friday, July 5, 2024
Homeଖେଳମାଷ୍ଟର୍ସ କପ୍ ଆୟୋଜନ କରିବ ହକି ଇଣ୍ଡିଆ;  ଭାଗନେବେ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳି

ମାଷ୍ଟର୍ସ କପ୍ ଆୟୋଜନ କରିବ ହକି ଇଣ୍ଡିଆ;  ଭାଗନେବେ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳି

ନୂଆଦିଲ୍ଲୀ:  ହକି ଇଣ୍ଡିଆ ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ଖେଳାଳିଙ୍କ ପାଇଁ ହେବାକୁ ଥିବା ମାଷ୍ଟର୍ସ କପ୍ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଥର ପାଇଁ ଆୟୋଜନ କରିବ । ଅନୁଭବୀ ହକି ଖେଳାଳିଙ୍କ ଆବେଗ ଓ କୌଶଳର ଉତ୍ସବ ପାଳିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ । ଟୁର୍ଣ୍ଣାମେଣ୍ଟ୍‌ର ତାରିଖ ଓ ଭେନ୍ୟୁ ପରେ ଘୋଷଣା କରାଯିବ । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗନେବା ପାଇଁ ହକି ଇଣ୍ଡିଆ ସମ୍ବନ୍ଧିତ ସମସ୍ତ ରାଜ୍ୟ ୟୁନିଟ୍ ଯୋଗ୍ୟ ହେବେ । ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଇଚ୍ଛୁକ ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଯୋଗ୍ୟ ଖେଳାଳିଙ୍କୁ ସମ୍ବନ୍ଧିତ ହକି ଇଣ୍ଡିଆ ସଦସ୍ୟ ୟୁନିଟ୍‌ର ୱେବ୍‌ସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ ।
ହକି ଇଣ୍ଡିଆ ସଭାପତି ଦିଲୀପ୍ ତିର୍କୀ କହିଛନ୍ତି । ପ୍ରଥମ ଥର ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ର ଘୋଷଣା କରି ଆମେ ବହୁ ରୋମାଞ୍ଚିତ । ଏହା ଏପରି ଏକ ଆୟୋଜନ ହେବ ତାହା ଆମ ଅନୁଭବୀ ଖେଳାଳିଙ୍କ ସମର୍ପଣ ଏବଂ ଆବେଗକୁ ମାନ୍ୟତା ପ୍ରଦାନ କରିବ । ଏହି ଟୁର୍ଣ୍ଣାମେଣ୍ଟ୍ ଖେଳ ପ୍ରତି ସେମାନଙ୍କ ସ୍ଥାୟୀ ପ୍ରେମର ଉତ୍ସବ ସହ ହକିରେ ସେମାନଙ୍କର ଅମୂଲ୍ୟ ଯୋଗଦାନର ଏକ ପ୍ରମାଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking