ଶ୍ରୀନଗର: ଜମ୍ମୁ-କଶ୍ମୀର କିସ୍ତୱାଡ଼ରେ ପୁଲିସ ଓ ଏସ୍ଓଜି ଶନିବାର ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ମୁଦାସିର ଅହମ୍ମଦ ଘରେ ମିଳିତ ଚଢ଼ଉ କରିଛନ୍ତି । ଏହି ଅବସରରେ ତା’ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଜବତ ହୋଇଛି । କିସ୍ତୱାଡ଼ ଏସ୍ଏସ୍ପି ଖଲି ଅହମ୍ମଦ ପୋସୱାଲ୍ଙ୍କ ଅନୁସାରେ ମୁଦାସିର୍ ଜଣେ ଏ++ ଶ୍ରେଣୀର ଆତଙ୍କୀ ।
ସେ ୨୦୧୮ରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ରେ ସାମିଲ ହୋଇଥିଲା । ତା ବିରୋଧରେ ଉପା ଅଧୀନରେ ପାଞ୍ଚଟି ମାମଲା ରହିଛି । ଏସ୍ଏସ୍ପି ପୋସୱାଲ୍ କହିଛନ୍ତି, ଆଜିର ଚଢ଼ଉ ବେଳେ ଯେଉଁ ପ୍ରମାଣ ମିଳିଛି, ତା ଆଧାରରେ ପରବର୍ତ୍ତୀ ଯାଞ୍ଚ୍ କରାଯିବ ।