23.4 C
Bhubaneswar
Sunday, December 22, 2024
Homeଓଡିଶାଇତିହାସ ରଚିଲା ବ୍ଯାସନଗର ମହାବିଦ୍ୟାଳୟ 

ଇତିହାସ ରଚିଲା ବ୍ଯାସନଗର ମହାବିଦ୍ୟାଳୟ 

ଯାଜପୁର : ୭୫ତମ ଗଣତନ୍ତ୍ର ଦିବସ ଉତ୍ସବ ପାଳନ ଅବସରରେ ବ୍ଯାସନଗର ମହାବିଦ୍ୟାଳୟ ର ୪ଜଣ କ୍ଯାଡେଟ୍ ଦିଲ୍ଲୀରେ ଆୟୋଜିତ ୭୫ତମ ସାଧାରଣତନ୍ତ୍ର ଦିବସରେ ଯୋଗଦାନ କରି ମହାବିଦ୍ୟାଳୟ ର ଗୌରବ ବୃଦ୍ଧି କରିବା ସହିତ ସମଗ୍ର ଯାଜପୁର ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ପ୍ରକାଶ ଥାଉକି ବ୍ଯାସନଗର ମହାବିଦ୍ୟାଳୟ ର ୭ ଓଡ଼ିଶା ବଟାଲିୟନ୍, ଭଦ୍ରକର ସର୍ଜାଣ୍ଟ ସନ୍ଧ୍ୟା ରାଣୀ ତିରିଆ ଓ ସୁଦୀପ୍ତ ରଞ୍ଜନ ରାଉତ, ୧ ଓଡ଼ିଶା ବଟାଲିୟନ୍, କଟକର ସର୍ଜାଣ୍ଟ ଜିତେନ୍ଦ୍ର କୁମାର ପଣ୍ଡା ଏବଂ ୧ ଓଡ଼ିଶା ବାଳିକା ବଟାଲିୟନ୍, ଭୁବନେଶ୍ୱର ର ସିନିୟର୍ ଅଣ୍ଡର୍ ଅଫିସର୍ ସୁଚିସ୍ମିତା ସାହୁ ପ୍ରଭୃତି କ୍ଯାଡେଟ୍ ଏ ବର୍ଷ ଓଡ଼ିଶା କଣ୍ଟିଜେଣ୍ଟ୍ ପାଇଁ ଚୟନ ହୋଇଥିଲେ। ଓଡ଼ିଶାର ୭୦ହଜାର କ୍ଯାଡେଟ୍ ଙ୍କ ମଧ୍ୟରୁ ୧୨୨ ଜଣ କ୍ଯାଡେଟ୍ ଦିଲ୍ଲୀରେ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗଦେବା ପାଇଁ ଚୟନ କରାଯାଇଥିଲେ। ସେଥିମଧ୍ୟରୁ ଏ ବର୍ଷ ଏକାଥରେ ୪ଜଣ କ୍ଯାଡେଟ୍ ଗୋଟିଏ ମହାବିଦ୍ୟାଳୟ ରୁ ଚୟନ କରାଯିବା ଏକ ଗୌରବର ବିଷୟ। ସେଥିପାଇଁ ସମଗ୍ର ବ୍ଯାସନଗର ଅଞ୍ଚଳ ଓ ଯାଜପୁର ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଥିଲା। ଆଜି ଗଣତନ୍ତ୍ର ଦିବସ ପ୍ୟାରେଡରେ ୪ଜଣଙ୍କ ମଧ୍ୟରୁ ସନ୍ଧ୍ୟା ରାଣୀ ତିରିଆ ଇଣ୍ଡିଆ କଣ୍ଟିଜେଣ୍ଟ୍ ରେ ସ୍ଥାନ ପାଇ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପ୍ଯାରେଡ୍ କରି ରାଜ୍ୟ ପାଇଁ ଗୋୖରବ ଆଣିଥିବା ବେଳେ ଆସନ୍ତାକାଲି ଅନ୍ଯ ୩ଜଣ ଯଥା ସୁଚିସ୍ମିତା ସାହୁ, ଜିତେନ୍ଦ୍ର କୁମାର ପଣ୍ଡା ଏବଂ ସୁଦୀପ୍ତ ରଞ୍ଜନ ରାଉତ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସମ୍ମୁଖରେ ପ୍ଯାରେଡ୍ କରିବା ପାଇଁ ପି ଏମ୍ ରାଲିରେ ସ୍ଥାନ ପାଇଛନ୍ତି। ଆସନ୍ତା କାଲି ଅପରାହ୍ନ ୩.୫୦ ସମୟରେ ଓଡ଼ିଶା କଣ୍ଟିଜେଣ୍ଟ୍ ପି ଏମ୍ ରାଲିରେ ପ୍ଯାରେଡ୍ କରିବ । ୪ ଜଣ ଯାକ କ୍ଯାଡେଟ୍ ଗତ ୨୪/୦୧ /୨୦୨୪ ରେ ପ୍ରଧାନମନ୍ତ୍ରୀ ଙ୍କ ସହିତ ନୈଶ୍ଯ ଭୋଜିରେ ଯୋଗ ଦାନ କରିଥିଲେ। ଭାରତର ମହାମହିମ ଉପରାଷ୍ଟ୍ରପତି ଓ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଙ୍କ ସହିତ ସିନିୟର୍ ଅଣ୍ଡର୍ ଅଫିସର୍ ସୁଚିସ୍ମିତା ସାହୁ ଜଳପାନ କରିବାର ସୁଯୋଗ ପାଇଥିଲେ। ସମସ୍ତ ୪ ଜଣ କ୍ଯାଡେଟ୍ କ୍ୟାଡେଟ ଆସନ୍ତା ୩୦/୧/୨୪ ରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ରାଣୀ ତିରିଆ ଓ ଜିତେନ୍ଦ୍ର କୁମାର ପଣ୍ଡା ଉଭୟ ସାବିତ୍ରୀ ଦେଵୀ ଟ୍ରଷ୍ଟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୧/୨/୨୦୨୪ ରେ ଉଭୟ କ୍ଯାଡେଟ୍ ରାଜ୍ୟସରକାରଙ୍କ ଠାରୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଗ୍ରହଣ କରିବେ। ମହାବିଦ୍ୟାଳୟ ର ୪ଜଣ କ୍ଯାଡେଟ୍ ମହାବିଦ୍ୟାଳୟ ପାଇଁ ଗୋୖରବ ଆଣିଥିବା ରୁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ,ଅଣଶିକ୍ଷକ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଓ ସମଗ୍ର ବ୍ଯାସନଗର ଅଞ୍ଚଳ ରେ ଆନନ୍ଦର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking