ଭୁବନେଶ୍ୱର: କଳା ବିଭାଗରେ ରେଭେନ୍ସା କଲେଜର ପଲଟିକାଲ ସାଇନ୍ସରେ ସର୍ବାଧିକ କଟଅଫ ୯୧.୨୦% ରହିଥିବା ବେଳେ ଭୂଗୋଳରେ ୮୯.୮୩, ଇକୋନୋମିକ୍ସରେ ୮୯.୬୭, ଇଂରାଜିରେ ୮୯.୬୦, ସାଇକୋଲୋଜିରେ ୮୮.୧୭, ଇତିହାସରେ ୮୭.୮୩, ମାଥମେଟିକ୍ସରେ ୮୭.୮୦, ସୋସିଓଲୋଜିରେ ୮୭% , ଓଡିଆରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସର୍ବାଧିକ କଟଅଫ ୮୬% ରହିଥିବା ବେଳେ ହିନ୍ଦୀରେ ଫକୀରମୋହନ ଅଟୋନୋମସ କଲେଜ ୮୫.୩୩, ଷ୍ଟାଟିଷ୍ଟିକ୍ସରେ ରେଭନ୍ସା ବିଶ୍ୱବିଦ୍ୟାଳୟ ୮୫ରେ%, ଏଜୁକେସନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ୮୪.୬୭, ଆନ୍ଥ୍ରୋପୋଲୋଜିରେ ବିଜେବି କଲେଜର କଟଅଫ ରାଜ୍ୟରେ ସର୍ବାଧିକ ୮୨.୮୦% ରହିଛି ।
ସେହିପରି ଫିଜିକାଲ ସାଇନ୍ସ ମାଥମେଟିକ୍ସ ବିଭାଗରେ ରାଜ୍ୟର ସର୍ବାଧିକ କଟଅଫ ୯୪.୨୦ % ସହ ବିଜେବି କଲେଜ ଆଗରେ ରହିଥିବା ବେଳେ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଫିଜିକ୍ସ ୯୪.୧୭%, କେମେଷ୍ଟ୍ରୀ ୯୩%, କଟଅଫ ସହ କଟଅଫ ତାଲିକାରେ ସବୁଠାରେ ଆଗରେ ରହିଛି । ବାୟୋଲୋଜିକାଲ ସାଇନ୍ସ ବିଭାଗରେ ବିଜେବି କଲେଜର ଜୋଲୋଜି ବିଭାଗ ସର୍ବାଧିକ କଟଅଫ ୯୫.୪୦% ଯାଇଥ୍ଖବା ବେଳେ , ବଟାନୀରେ ମଧ୍ୟ ୯୩.୧୭% ରହିଛି ।
ରମାଦେବୀ ବିଶ୍ୱବିଦ୍ୟାଳୟର ବାୟୋଟେକନୋଲୋଜି ବିଭାଗରେ ସର୍ବାଧିକ କଟଅଫ ୯୧.୨୦% ରହିଛି । ସେହିପରି ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ ତାଲିକା ସର୍ବାଧିକ ୮୯.୯୩% ଏବଂ ସେଲଫ ଫାଇନାନ୍ସ ବିଭାଗରେ ବିଜେବି କଲେଜର ବାୟୋଟେକନୋଲୋଜି ବିଭାଗର କଟଅଫ ୯୨.୨୦% ସହ ରାଜ୍ୟରେ ସର୍ବାଧିକ ରହିଛି ।