କଟକ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏକ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଓ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ପୁରୁଣା ମ୍ୟୁନିସିପାଲ ଆଇନ ଅନୁଯାୟୀ ଏହା ହୋଇଥିବାରୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । କନ୍ଫେଡେରେସନ ଅଫ ସିଟିଜେନ୍ ଆସୋସିଏସନ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଥିଲା । ବିଏମ୍ସିରେ ୨୦୧୧ର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ଆବେଦନରେ ଚ୍ୟାଲେଞ୍ଜ କରାଯାଇଥିଲା । ପ୍ରାଥମିକ ଶୁଣାଣିରେ ହାଇକୋର୍ଟ ଏହି ଟିକସ ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ । ଏବେ ଚୂଡ଼ାନ୍ତ ଶୁଣାଣି କରି ମାମଲାର ଅନ୍ତ ଘଟାଇଛନ୍ତି ।