19.1 C
Bhubaneswar
Saturday, December 28, 2024
Homeଓଡିଶାକରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

କରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

ଭୁବନେଶ୍ୱର: ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଖୋଜିବାକୁ ଚାଲିଛି ଘରକୁ ଘର ସର୍ଭେ। ମେ ୨୪ରୁ ଆରମ୍ଭ ହୋଇଥିବା ଏହି ଆକ୍ଟିଭ୍ ସର୍ଭିଲାନ୍ସରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ପ୍ରତି ଘରକୁ ଯାଇ କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ଲକ୍ଷଣ ଦେଖାଗଲେ କୋଭିଡ୍ ଟେଷ୍ଟ କରିବାକୁ କୁହାଯାଉଛି। ଆଉ ଏହାର ସୁଫଳ ଧିରେ ଧିରେ ମିଳିଲାଣି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଭଳି ସର୍ଭିଲାନ୍ସ ଦ୍ୱାରା କେବଳ ପ୍ରଥମ ମାସରେ ୧ ଲକ୍ଷ ୧୫ ହଜାର ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ୯୪ ଲକ୍ଷ ୫୦ ହଜାର ଘରକୁ ଛୁଇଁଥିଲେ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି ହିଡେନ୍ ବା ଲୁକାୟିତ କେସ୍ ଯୋଗୁଁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ଯାହାକି ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଗକୁ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଅଗଷ୍ଟ ୨୪ ଯାଏଁ ହେବାକୁ ଥିବା ଏହି ଆକ୍ଟିଭ ସର୍ଭେଲାନ୍ସକୁ ଜୋରଦାର କରାଯାଇ, ସମୟସୀମା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking