17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶହେମନ୍ତ ଗିରଫଦାରୀ ମାମଲା: ଇଡିକୁ ଉତ୍ତର ମାଗିଲେ ଝାଡ଼ଖଣ୍ଡ ହାଇକୋର୍ଟ

ହେମନ୍ତ ଗିରଫଦାରୀ ମାମଲା: ଇଡିକୁ ଉତ୍ତର ମାଗିଲେ ଝାଡ଼ଖଣ୍ଡ ହାଇକୋର୍ଟ

ରାଞ୍ଚି: ଇଡିର ଗିରଫଦାରୀକୁ ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କରିଥିବା ଆବେଦନ ଉପରେ ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟ ଇଡିକୁ ଗିରଫଦାରୀ ମାମଲାରେ ଉତ୍ତର ମାଗିଛନ୍ତି। ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ହାଇକୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୨ ରେ ହେବ ପରବର୍ତ୍ତୀ ଶୁଣାଣି ।

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଗିରଫ କରିଥିଲା ଇଡି । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୋରେନ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ବାରା ଗଠିତ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଏହି ଆବେଦନ ଉପରେ ଆବେଦନ ଉପରେ ଶୁଣାଣି କରିଥିଲେ । କିନ୍ତୁ ଆବେଦନ ଉପରେ ଶୁଣାଣି ପାଇଁ ମନା କରିଦେଇଥିଲେ ସୁପ୍ରିମକୋର୍ଟ । ସୋରେନଙ୍କ ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ।

ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ । ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି ବୋଲି ସର୍ବୋଚ୍ଚ କୋର୍ଟକୁ କହିଥିଲେ ସୋରେନଙ୍କ ଓକିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking