ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନ ସଙ୍କଟ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତେ ଏଥିରୁ ବର୍ତ୍ତିବାକୁ ଚେଷ୍ଟା ଜାରି ରଖିଛନ୍ତି । ଅନେକ ସହାୟତାର ହାତ ବି ବଢାଇଛନ୍ତି । ଏହାରି ମଧ୍ୟରେ ସହାୟତାର ହାତ ଆଗକୁ ଆଣିଛି ଟୁଇଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର ଦ୍ୱିତୀୟ ଲହରୀ ଭିତରେ ଦେଶରେ କେଉଁଠି ଅକ୍ସିଜେନ ସିଲିଣ୍ଡର ମିଳୁନି ତ କେଉଁଠି ହସ୍ପିଟାଲରେ ବେଡ଼ ମିଳୁନି । ପରିସ୍ଥିତିକୁ ସମ୍ଭାଳିବା ଏବେ ଦେଶ ପାଇଁ ମୁସ୍କିଲ ହୋଇଯାଇଛି । ଆଉ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି ସୋମବାର ଟ୍ୱିଟ୍ କରି ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି ।
ତିନୋଟି ବେସରକାରୀ ସଂସ୍ଥା ଯଥା କେୟାର, ଏଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏଏସକୁ ସହାୟତା ରାଶି ପ୍ରଦାନ କରାଯାଇଛି । କେୟାରକୁ ଏକ ମିଲିୟନ ଡଲାର ଦିଆଯାଇଥିବାବେଳେ ଏଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏଏସକୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି।