37.2 C
Bhubaneswar
Friday, April 19, 2024
Homeଓଡିଶାବଜ୍ରାଘାତ ନେଲା ଜୀବନ

ବଜ୍ରାଘାତ ନେଲା ଜୀବନ

କେନ୍ଦ୍ରାପଡ଼ା: ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ ଅଛି । ହେଲେ ମୃତ୍ୟୁ ଯେ କେତେବେଳେ କାହା ପାଖକୁ ଆସିଥାଏ ଏ କଥା କହିବା ଅସମ୍ଭବ । ନିଜ ବିଲ ରୁ କାମ ସାରି ଘରକୁ ଫେରି ପାରିଲେନି ଦୁଇ ଯୁବକ । ଅକାଳରେ ଝଡ଼ିଗଲା ଜଣକ ଜୀବନ , ପୁଣି ଆଉ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ । ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଳକଟି ପଞ୍ଚାୟତ ଚୂନବନ୍ଧ ଗ୍ରାମର ମଣିରାମ ବେହାରାଙ୍କ ପୁଅ ଭରତ ବେହେରା ବୟସ (୩୪) ଓ ସେହି ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ପୁଅ ପର୍ଶୁରାମ ମଲ୍ଲିକ ବୟସ (୪୦) ଦିନ ଦିନ ୪ଟା ସମୟରେ ବିଲ ରେ କାମ ସାରି ଘରକୁ ଫେରିଥିଲେ । ଫେରିବା ବାଟରେ ହୋଇଥିଲା ବଜ୍ରାଘାତ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଅଣାଯାଇଥିଲା । ଏହି ବଜ୍ରାଘାତ ରେ ଭରତ ବେହେରା ପ୍ରାଣ ହରାଇଥିବା ନେଇ ଆଳି ଡାକ୍ତର ସୌରଭ ଶତପଥୀ ସୂଚନା ଦେଇଥିବା ବେଳେ ଗୁରୁତର ଥିବା ପର୍ଶୁରାମ ମଲ୍ଲିକଙ୍କୁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ଚିକିତ୍ସା କେନ୍ଦ୍ର କେନ୍ଦ୍ରାପଡାକୁ ପଠାଇଦେଇଛନ୍ତି । ଏହିପରି ମୃତ୍ୟୁର ଖବର ପ୍ରଘଟ ହେବା ପରେ ମୃତ୍ୟୁଯେ ଏହିପରି ଆସେ କହି ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ଚୂନବନ୍ଧ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ଆଳି ସ୍ୱସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ପରିବାର ଲୋକେ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲ କୁ ପଠାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking