27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶମୁମ୍ବାଇରେ ପ୍ରବଳ ବର୍ଷା ; ଜନଜୀବନ ଅସ୍ତବ୍ୟସ୍ତ

ମୁମ୍ବାଇରେ ପ୍ରବଳ ବର୍ଷା ; ଜନଜୀବନ ଅସ୍ତବ୍ୟସ୍ତ

ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ମୁମ୍ବାଇର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ତେବେ ପ୍ରବଳ ବର୍ଷା ହେବା କାରଣରୁ ‌ଲୋକଙ୍କୁ ଭୀଷଣ ଗରମାରୁ ଆଶ୍ବସ୍ତି ମିଳିଛି। ରବିବାର ସକାଳ ୮ଟା ୩୦ ବେଳକୁ ମୁମ୍ବାଇ ହାରାହାରି ୬୦ରୁ ଅଧିମ ମିଲିମିଟର ବର୍ଷା ରେକର୍ଡ କରସାରିଥିଲା। କୋଲାବ ଅଞ୍ଚଳରେ ଅଧିକ ବର୍ଷା ହୋଇଥିଲା। ଏଠାରେ ୬୭ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ସାନ୍ତାକ୍ଲଜ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରେ ମଧ୍ୟ ୬୪ ମିମି ବର୍ଷା ରେକର୍ଡ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କୋଲାବରେ ଗତକାଲି ସର୍ବାଧିକ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୨୪.୩ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି କୃଷି ପ୍ରାଧାନ୍ୟ ଜିଲ୍ଲା ସାନ୍ତରାରେ ୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ନାସିକରେ ୬୪, ଅହମଦନଗରରେ ୫୭, ଛତ୍ରପଥି ସମ୍ଭାଜୀନଗରରେ ୫୧, ଜଳଗାଁଓରେ ୪୧ ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଲଘରରେ ରାତିସାରା ପ୍ରବଳ ବର୍ଷା ହୋଇଛି। ରାସ୍ତାଘାଟ ଜଳମଗ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking