ଭୁବନେଶ୍ୱର : ଦୁର୍ଗା ପୂଜାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ର ସୂଚନା । ଅକ୍ଟୋବର ୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସଗରରେ ସୃଷ୍ଟି ହେବ । ୨ ଓ ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଘୂର୍ଣ୍ଣବଳୟ ଟି ଲଘୁଚାପର ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଆଗାମୀ ୩ ଦିନ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଉପକୂଳ ସମେତ ୨୦ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ।
ଅକ୍ଟୋବର ପହିଲାରୁ ବଢିବ ବର୍ଷା: ଏହି ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିିଂ