34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶପାଟଣାରେ ପ୍ରବଳ ବର୍ଷ ସାଙ୍ଗକୁ ବଜ୍ରପାତ : ୫ ମୃତ

ପାଟଣାରେ ପ୍ରବଳ ବର୍ଷ ସାଙ୍ଗକୁ ବଜ୍ରପାତ : ୫ ମୃତ

ପାଟଣା : ଗୁରୁବାର ବିହାରର ରାଜଧାନୀ ପାଟଣା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ମୌସୁମୀ ବର୍ଷା ସମୟରେ ବଜ୍ରପାତ ହେବାରୁ ଜଣେ ନାବାଳକ ଓ ଶିଶୁ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଔରଙ୍ଗାବାଦରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କୈମୁର, ବୈଶାଳୀ ଓ ପୂର୍ବ ଚମ୍ପାରଣରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ଔରଙ୍ଗାବାଦ ଜିଲ୍ଲା ଟଣ୍ଡୱା ଥାନା ଅଧିନ ବୁଧନ ବିଗହା ଗାଁର ୫୮ ବର୍ଷୀୟ ଜୀତନ ଯାଦବ ଓ ୫୫ ବର୍ଷୀୟ ଲଲ୍ଲୁ ଯାଦବ। କୌମୁରର ‌ମୋହନି୍ରା ଅନୁମଣ୍ଡଳଳର କୁଢ଼ନୀ ଥାନା ଅଞ୍ଚଳର ବହୁଆରା ଗାଁରେ ସରୋଜ ରାୟଙ୍କ ପୁଅ ବିବେକ (୧୫)ଙ୍କର ମୃତ୍ୟୁ ଘଟିଛି। ବଜ୍ରପାତ ସମୟରେ ସେ ଛାତ ଉ‌ପରେ ପାଣିପାଇପ ସଫା କରୁଥିଲା। ବୈଶାଳୀର ହାଜୀପୁର ସଦର ଅଞ୍ଚଳ ବରାଟି ଥାନା ଅଧୀନ ବିଶନପୁର ରାମ ଗାଁରେ ବିଲରେ କାମ କରୁଥିବା ଧୀରଜ କୁମାର (୩୦)ଙ୍କ ମୃତ୍ୟୁ ହୋଇଛି। ତାଙ୍କର ପିତା ଅର୍ଜୁନ ପାସୱାନ କହିଛନ୍ତି, ଗତ ମାସ ୨୭ ତାରିଖରେ ଧୀରଜଙ୍କ ବିବାହ ହୋଇଥିଲା। ପୂର୍ବ ଚମ୍ପାରଣର ସରିୟତପୁର ଗାଁରେ ୮ ବର୍ଷୀୟ ଶିଶୁ ବ୍ୟୁଟି କୁମାରୀ ଓରଫ ସୁରୁଚୀଙ୍କ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking